ଉଲୁଣ୍ଡା କଲେଜ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ରବିବାର ଓଡିଶା ପ୍ରାନ୍ତିୟ ମାରୱାଡି ଯୁବାମଞ୍ଚ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ । ମାରୱାଡି ଯୁବାମଞ୍ଚର ସଭାପତି ପଲଟୁ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟବକ୍ତା ଭାବେ ଡ଼ ବୃନ୍ଦାବନ ମେହେର ଯୋଗଦେଇ ରକ୍ତଦାନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବଣିକ ସଙ୍ଘର ସଭାପତି ଯଶୋବନ୍ତ ପଣ୍ଡା, ବାସୁଦେବ ଭୋଇ ଏବଂ ପୁଲିସ ଏସଆଇ ବସନ୍ତ ରଥ ଯୋଗଦେଇ ରକ୍ତଦାତା ଏବଂ ଆୟୋଜକ ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ । ବିଶ୍ୱଜିତ ପାତ୍ର ସଭା ପରିଚାଳନା କରିଥିଲେ । ଶିବିରରେ ସମୁଦାୟ ୧୦୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୁବର୍ଣ୍ଣପୁର ରକ୍ତ ଭଣ୍ଡାରର ଆୟୁଷ ଡାକ୍ତର ବୃନ୍ଦାବନ ମେହେର , ଜଗତ ଦରୁଆନ, ସୁଦାମ ବିଶ୍ୱାଳ , ଟଙ୍କଧର କୁଅଁର ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ମାରୱାଡି ଯୁବାମଞ୍ଚର ସମସ୍ତ କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।