ଉଲୁଣ୍ଡା : (ସୌମିତ୍ରି ମେହେର) ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ବୃଦ୍ଧି ନାଁରେ ହଡପ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ନିଜେ ବନବିଭାଗର ଅଧିକାରୀ ଟଙ୍କା ହଡପ କରିଥିବା ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛି । ଉଲୁଣ୍ଡା ବନାଂଚଳରେ ବନବିଭାଗର ଏଭଳି ଏକ ବଡ ଅନିୟମିତତା ସାମ୍ନାକୁ ଆସିଛି । ନିରୀହ ଆଦିବାସୀମାନଙ୍କୁ ମୋହରା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଛନ୍ତି ବିଭାଗିୟ ଅଧିକାରୀ । ଏନେଇ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୁନ । ବନ ସୁରକ୍ଷା ସମିତିରେ ବ୍ୟାପକ ଘୋଟଲା । ଘୋଟାଲାରେ ସାମିଲ ଅଛନ୍ତି ବିଭାଗର ବରିଷ୍ଠ ଅଧିକାରୀ । ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଗୁଜା ଗ୍ରାମରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କିଛି ବର୍ଷ ପୂର୍ବରୁ ଗୁଜା ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯିବ ସହିତ ଜଙ୍ଗଲର ବିକାଶ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଥିଲା । ମାତ୍ର ଏହି ଭିଏସଏସରେ ବ୍ୟାପକ ଅର୍ଥ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କାମ କରିଥିବା ଲୋକଙ୍କ ଆକାଉଣ୍ଟରେ ଟଙ୍କା ପଡିନି । ପ୍ରାୟ ୧୫ ରୁ ଅଧିକ ବାହାର ଲୋକଙ୍କ ଆକାଉଣ୍ଟରେ ଟଙ୍କା ପଡିଛି । ଏମିତିକି ଗୁଜା ଗାଁର ଲୋକ ମଧ୍ୟ ସେହି ଲୋକ ମାନଙ୍କୁ ଜାଣି ନାହାନ୍ତି । ଅଭିଯୋଗ ଅନୁସାରେ ବନ ସୁରକ୍ଷା ସମିତିରେ ଥିବା ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ବଦଳରେ ଅନ୍ୟ ଆକାଉଣ୍ଟ ନମ୍ବର ଦେଇ ଟଙ୍କା ହଡପ ହୋଇଛି । ଗୁଜା ବନ ସୁରକ୍ଷା ସମିତିର ସଦସ୍ୟମାନେ ଆଦିବାସୀ ହୋଇଥିବାରୁ ତାଙ୍କୁ ଭୟଭୀତ କରି ଦସ୍ତଖତ ନେଇ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିଛନ୍ତି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଗୁଜା ବନ ସୁରକ୍ଷା ସମିତି ଅଧିନରେ ବୃକ୍ଷ ରୋପଣ ଏବଂ ବନ ସୁରକ୍ଷା ସମିତିର ସଭାଗୃହ ପୁନରୁଦ୍ଧାର ନାମରେ ପ୍ରାୟ ୪ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଯେଉଁ ଟଙ୍କା ବନ ସୁରକ୍ଷା ସମିତିର ସଦସ୍ୟ ମାନେ ମଜୁରୀ ଖଟି ପାଇବା କଥା ସେହି ଟଙ୍କା ବାହାର ଲୋକଙ୍କ ଆକାଉଂଟରେ ପୈଠ କରାଯାଇଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏନେଇ ଉଲୁଣ୍ଡା ରେଞ୍ଜର ସଞ୍ଜିବ ରାଉତଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ସେଭଳି କିଛି ଟଙ୍କା ହଡପ ହୋଇନଥିବା କହିଛନ୍ତି । ବନ ସୁରକ୍ଷା ସମିତିରେ ଅନୁମୋଦନ ହେଲା ପରେ ଉକ୍ତ ଟଙ୍କା ସେମାନେ ଖର୍ଚ୍ଚ କରିପାରିବେ । ଏଥିରେ ଆମର କୌଣସି ଭୂମିକା ନାହିଁ ବୋଲି କହିଥିଲେ ।
ଉଲୁଣ୍ଡା ବନ ବିଭାଗ, ଜଙ୍ଗଲ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ
