Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର)  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଆନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଏହି ବାର୍ଷିକ କ୍ରୀଡା ଉତ୍ସବରେ ଜାଲୋଏ ବିଦ୍ୟାଳୟର ପୂର୍ବତନ  ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବଘାର ମୁଖ୍ୟ ଅତିଥିଭାବେ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲେଖାରାଜ ସାଗର ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ା ଏହି ବାର୍ଷିକ କ୍ରୀଡା ଉତ୍ସବରେ ସାଇକେଲ ସ୍ଲୋ, ରିଲେ ରେସ , ଅଖା ଦୌଡ , ଉଚ୍ଚ ଡିଆଁ , ଲମ୍ବ ଡିଆଁ , ଦୌଡ଼ି ଡିଆଁ , ମ୍ୟୁଜିକ ଚେୟାର , ୫୦ମିଟର ଦୌଡ , ୧୦୦ମିଟର ଦୌଡ , ୨୦୦ମିଟର ଦୌଡ , ପୁଚି ଖେଳ , କୁଇଜ ପ୍ରଭୃତି ୨୨ ଗୋଟି ପ୍ରତିଯୋଗିତାରେ ପ୍ରାୟ ୧୦୦ ରୁ ୨୦୦ଜଣ ଛାତ୍ରଛାତ୍ରୀ ବାର୍ଷିକ କ୍ରୀଡା ରେ ଅଂଶଗ୍ରହଣ କରିଥିଲେ ା ଏହି ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ପଧାନ , ସହକାରୀ ଶିକ୍ଷକ କିଶୋର ସାହୁ , ଜିତେନ୍ଦ୍ର ପର୍ଡିଆ , ସୁଦର୍ଶନ ଭୁକ୍ତା , ପ୍ରମୋଦ ସାହୁ , ପ୍ରଭାସ ମେହେର , କେନ୍ଦ୍ର ସଂଯୋଜକ ସରତ କୁମାର ନାଏକ , ବିଦ୍ୟାଳୟ ପରିଚାଳନା କମିଟି ଓ ମୋ ସ୍କୁଲ ଅଭିଯାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ା ସର୍ବଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ା ଏହାପରେ ବିଦ୍ୟାଳୟରେ ପରିଲକ୍ଷିତ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ତ୍ୱରିତ ସମାଧାନ କିଭଳି ଭାବରେ ହୋଇପାରିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ପ୍ରାଣପଣେ ଚେଷ୍ଟା କରିବେ ବୋଲି ସମସ୍ତେ ଶପଥ ଗ୍ରହଣ କରିଥିଲେ ା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ