Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା କଲେଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ କଲେଜ ର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡିଶା ଉଚ୍ଚ ନ୍ୟାୟଲୟର ପୂର୍ବତନ ବିଚରାପତି ତଥା ବର୍ତମାନ ଓଡିଶା ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟଧୀଶ ଶତ୍ରୁଘନ ପୂଜାହାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ମୋବାଇଲ ଠାରୁ ଦୁରେଇ ରହି ପ୍ରସ୍ତୁତି ଅଧ୍ୟୟନ ରେ ସମୟ ଉପଯୋଗୀ କରିବା ଏବଂ ବୈଜ୍ଞାନିକ ମୋନବୃତ୍ତି କୁ ନେତୃତ୍ୱ ଗଣର ବିକାଶ କରିବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଜୁ ପଟନାୟକ ମହିଳା ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ଛାତ୍ର ଛାତ୍ରୀ ମାନେ ଉତ୍ତମ ଚରିତ୍ର ଗଠନ କରି ଏକ ସୁନ୍ଦର ଗୁରୁଶିଷ୍ୟ ସମ୍ପର୍କ ରକ୍ଷା କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥ , ବଳଭଦ୍ର ଏବଂ ସୁଭଦ୍ରା ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜଗନ୍ନାଥଷ୍ଟକ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ଦେବାଶିଷ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ ସଂସଦର ଉପସଭାପତି ପ୍ରାଧ୍ୟପକ ରମାକାନ୍ତ ପୁରୋହିତ ବାର୍ଷିକ ବିବରଣୀ ପାଠ ତଥା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛlତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କର୍ମଚାରୀ ମାନଙ୍କ ମଧ୍ୟରେ ହୋଇଥିବା ଦୌଡ଼ ପ୍ରତିଯୋଗିତା ରେ ପ୍ରଥମ ହୋଇଥିବା ସଞ୍ଜୟ କୁମାର ମେଣ୍ଡିଲି ଙ୍କୁ ପଦକ ପ୍ରଦାନ କରାଯାଇଥିଲା । ୨୦୨୪ ଯୁକ୍ତ ୨ ପରୀକ୍ଷାରେ ଟପ୍ପର ହୋଇଥିବା ସୁଶ୍ରୀ ଲିସ୍ପାରାଣୀ ଖମାରୀଙ୍କୁ ଚେକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଛାତ୍ର ଛlତ୍ରୀ ମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରଜ୍ଞା କଳ୍ପିତା ନାଏକ , ମିତା ପଧାନ , ଅର୍ପିତା ନାୟକ , ସୁବ୍ରତ ପଣ୍ଡା , ଦିଲୀପ କୁମାର ମେହେର , ଗୋପାଳ ଭୋଇ , ଶମ୍ଭୁ ସାହୁ , ହର ସାହୁ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ