ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ମଙ୍ଗଳବାର 17ତମ ବିରାଟ ଧନୁଯାତ୍ରା ମହୋତ୍ସବ ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଛି l ଧନୁଯାତ୍ରା ମହୋତ୍ସବର କାର୍ଯକାରୀ ସଭାପତି ଦିଲ୍ଲୀପ ପୁରୋହିତଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ଜିଲ୍ଲାପାଲ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ମହୋତ୍ସବକୁ ଉଦଘାଟନ କରିଥିଲେ l ବକ୍ତା ଭାବରେ ଡ. ପ୍ରଫୁଲ୍ଲ ରଥ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସପି ବିରେନ୍ଦ୍ର ନାଏକ , ଏସଡିପିଓ ବାସୁଦେବ ଛତ୍ରିଆ , ବିଡ଼ିଓ କରିଷ୍ମା ବେଶ୍ରା , ତହସିଲଦାର ପ୍ରଶାନ୍ତ ମହାରଣା , ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ସରପଞ୍ଚ ରଶ୍ମିତା ଭୋଇ , ଝସକେତନ ବଘାର ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ସ୍ବର୍ଗତ ସାମ୍ବାଦିକ ତଥା କମିଟିର ସଦସ୍ୟ ଉରୁକ୍ରମ ପାଣ୍ଡିଆଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସନ୍ତୋଷ ଭୁକ୍ତା ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯକାରୀ ସଭାପତି ଗୋବିନ୍ଦ ଦାସ ତରାଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ଧର୍ମ ନିରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ନରେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ l ତାପରେ କଂସ ଦରବାରରେ ତ୍ରିରଙ୍ଗା ମେଲୋଡି ରେ ପଦ୍ମିନୀ ଦୋରା , ରଜୁ ନନ୍ଦ ଏବଂ ସାଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l