ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବୁଧବାର ବିଜୁ ଜନତା ଦଳର ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଉପାଧ୍ୟକ୍ଷ ନାରାୟନ ଲୁହାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ ପର୍ଯ୍ୟବେକ୍ଷକ ଆଶିଷ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡିଜିଟାଲ ମାଧ୍ୟମରେ ସଦସ୍ୟତା ସଂଗ୍ରହ କିପରି କରାଯିବ ସେ ଉପରେ ଆଲୋଚନା କରିଥିଲେ l ପୂର୍ବତନ ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ସହ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ କରିବା ପାଇଁ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ସଭାରେ ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ , କିଶୋର ହୋତା , ଆତ୍ମା ଅଧ୍ୟକ୍ଷ ବିବସ୍ଵତୀ ପଣ୍ଡା , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଳା , ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , ଧୀରେନ ନାରାୟଣ ପଣ୍ଡା , ହିଲୁଙ୍ଗ ସମିତି ସଭ୍ୟ ଶୈଲ୍ୟନ୍ଦ୍ର ବାଦି ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ l