କେନଝରିଆ ପାଲି ପ୍ୟାକ୍ଡ ରେ ଧାନ ମଣ୍ଡି ର ଶୁଭାରମ୍ଭ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ସ୍ଥିତ ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ କିଣା ପାଇଁ ବୁଧବାର ଶୁଭାରମ୍ଭ ହୋଇଯାଇଛି । ଧାନମଣ୍ଡି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଆରସିଏସ ଗିରିଶ ଚନ୍ଦ୍ର ପୁରୋହିତ ଯୋଗ ଦେଇ ଚଳିତ ବର୍ଷ ର ଧାନ କିଣା ସ୍ଵଛ ଓ ସୁରୁଖୁରୁରେ କେମିତି ଚାଷୀ ମାନେ ଧାନ ବିକ୍ରି କରିବେ ସେ ନେଇ ଚାଷୀ ମାନଙ୍କୁ ବୁଝାଇ ଥିଲେ । ପେକ୍ସ ସଭାପତି ରାଜଗୋପାଳ ପାଣିଗ୍ରାହୀ , ସମ୍ପାଦକ, ରାଜେନ୍ଦ୍ର କୁମାର ପଧାନ , ଡ଼ିଇଓ ପ୍ରଦ୍ୟୁମ୍ନ ଗାଈଗରିଆ , ପେକ୍ସ କର୍ମଚାରୀ ମଧୁ ଖେତୀ , ରାଜେନ୍ଦ୍ର ମେଣ୍ଡିଲି ଓ ଚାଷୀ ସତ୍ୟlନନ୍ଦ ଜାଲ , ଦୁଆରୁ ପଧାନ , ଲଳିତ ବିଶ୍ୱାଳ , ରଞ୍ଜନପଧାନ , ବୁଧୁ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ୟାକ୍ସ ଅଧୀନରେ ଥିବା ତେଲିପାଲି , ଜଟିଆପାଲି , ଅମାତପାଲି , କେନଝରିଆପାଲି , ବାଘରତୈଳା , ମହୁଲ ପାଲି , ଅଚଣ୍ଡା , ଲୁତୁରପଙ୍କ , ଘିଚାପାଲି , ରୁଗୁଡ଼ିପାଲି ଓ ହୀରାପାଲି ପ୍ରଭୁତି ଗାଁର ଚାଷୀ ମାନେ ଧାନ ବିକ୍ରି କରି ପାରିବେ । ଏଥିରେ ସର୍ବମୋଟ ୧୨୨୧ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି ।