Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଂସଦ ମାରପିଟ ଘଟଣାରେ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ସଂସଦ ବାହାରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ମାରପିଟ ଘଟଣାକୁ ନେି ରାଜନୀତି ତେଜିବାରେ ଲାଗିଛି । ଉଭୟ ଦଳ ପରସ୍ପରକୁ ଦାୟୀ କରୁଥିବା ବେଳେ ଏତଲା ଦେଇଛନ୍ତି । ବିଜେପି ସାଂସଦଙ୍କ ଏତଲାକୁ ଆଧାର କରି ରାହୁଲଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଯାହା ରାହୁଲଙ୍କ ଅଡୁଆ ବଢ଼ାଇଛି । ଘଟଣାରେ ଦୁଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଘଟଣାରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦାୟୀ କରି ବିଜେପି ପୋଲିସର ଦ୍ଵାରସ୍ଥ ହୋଇଥିଲା । ଅଭିଯୋଗ କ୍ରମେ ଭାରତ ନ୍ୟାୟ ସଂହିତାର ଏକାଧିକ ଧାରା ଅଧୀନରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ରାହୁଲଙ୍କ ବିରୋଧରେ ଲାଗିଛି ।