Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ସୁଧିର ଙ୍କ ବାଜିମାତ ; ହାସଲ କଲେ ଦୁଇଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ପଦକ

ବୀରମହାରାଜପୁର : (ସୌମିତ୍ରି ମେହେର)
କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏନେଇ ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା । ଭାଗନେଇଥିଲେ ବିଭିନ୍ନ ଦେଶର ବଛା ବଛା ଖେଳାଳୀ । ଏକ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିନେଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କ୍ରିପାଲ ଫିଟନେସ ସେଣ୍ଟର୍‌ର ସୁଧିର ପଧାନ । ତିନୋଟି ବିଭାଗରେ ଭାଗନେଇ ସେ ଦୁଇଟିରେ ସ୍ୱର୍ଣ୍ଣ ଏବଂ ଗୋଟିଏରେ ରୈ।ପ୍ୟ ପଦକ ଜିଣି ଜିଲ୍ଲାପାଇଁ ଆଣିଛନ୍ତି ଗୈାରବ । କ୍ରିପାଲ ଫିଟନେସ୍‌ର ୧୫ ଜଣ ଖେଳାଳୀ ବିଭିନ୍ନ ବିଭାଗରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ବେଳେ ତା ସହ ତାଙ୍କ ତାଲିମ ଦାତାଙ୍କୁ ମଧ୍ୟ ଶ୍ରେଷ୍ଠ କୋଚଭାବେ ପୁରସ୍କୃତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରିପାଲ ଫିଟନେସର କୋଚ । ଏହି କୃତିତ୍ବ ହାସଲ କରିବା ପରେ ବୀରମହାରାଜପୁର ରେ ଏକ ଖୁସି ର ଲହରୀ ଖେଳି ଯିବା ସଙ୍ଗେ ସଙ୍ଗେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ