ନୂଆଦିଲ୍ଲୀ: ଭାରତକୁ ସବୁ ଦିନ ପାଇଁ ଅଲବିଦା କରିବେ ବିରାଟ କୋହଲି । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ପରିବାର ସହ ଲଣ୍ଡନରେ ରହିବେ । ପତ୍ନୀ ଅନୁଷ୍କା ଓ ଦୁଇ ପିଲାଙ୍କ ସହ ସବୁ ଦିନ ପାଇଁ ଲଣ୍ଡନ ସିଫ୍ଟ ହୋଇଯିବେ ବିରାଟ । ଏନେଇ ପୂର୍ବରୁ ଆଲୋଚନା ଚାଲିଥିବା ବେଳେ ଏବେ ଏଥିରେ ମୋହର ମାରିଛନ୍ତି ତାଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା ।
ଦ୍ୱିତୀୟ ସନ୍ତାନ ଅକାୟ ଜନ୍ମ ପୂର୍ବରୁ ବିରାଟ, ପତ୍ନୀ ଓ ଝିଅଙ୍କ ସହ ଅଧିକାଂଶ ସମୟ ଲଣ୍ଡନରେ ଅତିବାହିତ କରୁଥିଲେ । ସେଠାରେ ତାଙ୍କର ଘର ବି ଅଛି । ବିରାଟ ଏବେ ପରିବାର ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି । ପିଲାଙ୍କ ଭବିଷ୍ୟତ ନିମନ୍ତେ ଲଣ୍ଡନ ସିଫ୍ଟ ହେବାକୁ ବିରାଟ ଓ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଇଛି । ବିରାଟଙ୍କୁ ଏବେ ୩୬ ବର୍ଷ ବୟସ । ସଂପ୍ରତି ସେ ଭାରତୀୟ ଟିମ୍ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ପୂର୍ବରୁ ସେ ଟି୨୦ରୁ ଅବସର ଘୋଷଣା କରିସାରିଛନ୍ତି । ଏବେ ଟେଷ୍ଟରେ ତାଙ୍କର ଫର୍ମ ଭଲ ନଥିବା ବେଳେ ସେ ଅବସର ଘୋଷଣା କରି ପାରନ୍ତି ।