Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ଚାଲିଲା ସରକାରୀ ବସ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ଗଡିଲା ନୂତନ ବସ୍ । ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଓଏସଆରଟିସି ତରଫରୁ ଉକ୍ତ ବସ୍ ଚଳାଚଳ କରୁଛି । ଶୁକ୍ରବାର ସନ୍ଧ୍ୟାରେ ଏନେଇ ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଏବଂ ଅlଞ୍ଚଲିକ ପରିବହନ ଅଧିକାରୀ ଅଜୟ କୁମାର ଜେନା , ଓ ଏସ ଆର ଟି ସି ଜିଲ୍ଲା ମ୍ୟାନେଜର ଜୟଶ୍ରୀ , ଭାଜପା ରାଜ୍ୟ ଏକଜ୍ୟୁକେଟିଭ ବିଜୟ କୁମାର ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଉଲୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ରାଧାକାନ୍ତ ମହାକୁର , ବୀରମହାରାଜପୁର ବ୍ଲକ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ବିନିକା ବ୍ଲକ ସାଂସଦ ପ୍ରତିନିଧି ବାବଲୁ ବିଶି , ବିଶ୍ବମ୍ବର ମିଶ୍ର , ଭାଜପା ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି , ପାତାଳୀ ଟ୍ରଷ୍ଟ ର ସାଧାରଣ ସଂପାଦକ ଉତ୍ତର କୁମାର ପାତ୍ର , କୋଟସମଲାଇ ସରପଞ୍ଚ ପ୍ରତିନିଧି ସତ୍ୟା ମେଣ୍ଡିଲୀ , ସତ୍ୟବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବେଣୁଧର ଦାସ ସଭା ସଂଯୋଜନା କରୁଥିବା ବେଳେ ସପନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ବସ୍ ଟି ପାତାଳୀ ରୁ ବାହାରି ଯାଲୋଏ , ଉଲୁଣ୍ଡା , ବିନିକା , ସୋନପୁର ଦେଇ ବୀରମହାରାଜପୁର , କଡଳିଗଡ , ବୌଦ୍ଧ , ଦଶପଲ୍ଲା , ନୟାଗଡ଼ , ଖୋର୍ଦ୍ଧା , ଭୁବନେଶ୍ୱର ଦେଇ ପୁରୀ ଶ୍ରୀକ୍ଷେତ୍ର ରେ ପ୍ରତ୍ୟହ ଯିବା ଆସିବା କରିବ। ସୂଚନାଯୋଗ୍ୟ ପାତାଳୀ ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ପୂର୍ବରୁ ଏକ ସରକାରୀ ବସ୍ ଚଳାଚଳ କରୁଥିଲେ ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିଥିଲା। ଏବେ ଏହି ବସ ସେବା ଆରମ୍ଭ ହେବା ଦ୍ବାରା ଅଞ୍ଚଳର ଲୋକେ ବେଶ୍ ଉପକୃତ ହେବା ସହିତ ପାତାଳୀ ଶ୍ରୀକ୍ଷେତ୍ର ର ପର୍ଯ୍ୟଟନ କ୍ଷେତ୍ର ର ବିକାଶ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ