Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାହାର ର ମଧ୍ୟ ଅଧିକାଂଶ ଭାଗ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଦୀର୍ଘ ୪ମାସ ହେବ ଘରୋଇ ଯାତ୍ରୀ ବାହୀ ବସ କ୍ରିଷ୍ଣା ନଂ. ଓଆର-୧୮-ବି-୧୦୩୪ ଟି ରୁଟରେ ନଯାଇ ପଣସପଡି ଯିବା ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା । ତେବେ ଦୀର୍ଘ ଦିନ ଧରି ରାସ୍ତା କଡରେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ