Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜର ବାର୍ଷିକ ଉତ୍ସବରେ ଅତିଥି ଙ୍କ ବକ୍ତବ୍ୟ ହେଲା , ପରିଶ୍ରମ ଓ ଆତ୍ମବିଶ୍ଵାସ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇ ଥାଏ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଧିରେନ୍ଦ୍ର କୁମାର ନାୟକ ମୁଖ୍ଯବକ୍ତା ଭାବରେ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା , ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଓ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଧ୍ୟାପିକା ଗୀତାଞ୍ଜଳି ପୂଜାରୀ ଯୋଗଦେଇଥିଲେ । ଅତିଥି ନିଜ ବକ୍ତବ୍ଯରେ ପରିଶ୍ରମ ଓ ଆତ୍ମବିଶ୍ଵାସ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇଥାଏ ବୋଲି ମତ ଦେଇଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ଭୂମା ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏଥିସହ ସ୍ମୃତିଫଳକ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ପ୍ରାଣୀ ବିଜ୍ଞାନର ବିଭାଗୀୟ ମୁଖ୍ୟ ସଞ୍ଜିତ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଯୁକ୍ତଦୁଇ ବିଜ୍ଞାନ ଓ ଯୁକ୍ତତିନି ବିଜ୍ଞାନ ଦଳଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବାର୍ଷିକ କ୍ରୀଡ଼ାରେ ଚମ୍ପିଆନ ହୋଇଥିବା ଯୁକ୍ତଦୁଇ ବାଳକ ବିଭାଗରେ ଅଣାକାର ସାହୁ ଓ ବାଳିକା ବିଭାଗରେ ନମିତା ଜଗଦଲା, ଯୁକ୍ତତିନି ବାଳକ ବିଭାଗରେ ଆଶିଷ ଜଗଦଲା ଓ ବାଳିକା ବିଭାଗରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଏମାନଙ୍କ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଡ. ବନ୍ଦିତା ବିଶ୍ଵାଳ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଯାମିନୀ ଦାଶ ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ବିଜୟ କୁମାର ପଧାନ , ଅଧ୍ୟାପିକା ହରପ୍ରିୟା ମହାପାତ୍ର , ଅଧ୍ୟାପକ ନରେନ୍ଦ୍ର ଝା , ଜିତେନ୍ଦ୍ର ସାହୁ , ମାଧବ ପଧାନ , ଅଧ୍ୟାପିକା ସୁପ୍ରଭା ନନ୍ଦ , ଅଧ୍ୟାପିକା ନୀତାରାଣୀ ପଧାନ , ଅଧ୍ୟାପିକା ମାଲତି ନାଏକ, ଅଧ୍ୟପକ ପ୍ରଭାତ ପୁରୋହିତ , ଅଧ୍ୟାପିକା ବିଦ୍ୟୁତପ୍ରଭା ରଥ ଅଣଶିକ୍ଷା କର୍ମଚାରୀ ସୁବାଷ ଚନ୍ଦ୍ର ଶତପଥୀ , ଚିନ୍ମୟ ପଣ୍ଡା , ଜଗଦୀଶ ସାହୁ , ବରୁଣ କଲତା , ଦିବାକର ଭୋଇ, ନବୀନ ଖଣ୍ଡାୟତ, ପ୍ରଫୁଲ୍ଲ କୁମାର ପଧାନ , ଶ୍ରୀରାମ ଦେହୁରୀ , କଳାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ