ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡ଼ିଆରେ ହେଉଥିବା ୨୮ ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ସୋମବାର ଥିଲା ଦ୍ଵିତୀୟ ଦିବସ। ସୋମବାର ମ୍ୟାଚ୍ ଟି କ୍ଯୁସିଆଇ ଛତିଶଗଡ଼ ଓ ଏନସିଏ ବିଶାଖାପାଟନା ମଧ୍ୟରେ ହୋଇଥିଲା । ଏଥିରେ ବିଶାଖାପାଟନା କୁ ହରାଇ ଛତିଶଗଡ଼ ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ବିଶାଖାପାଟନା ଟସ୍ ଜିଣି ଛତିଶଗଡ଼ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଛତିଶଗଡ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ ହରାଇ ୨୧୭ ରନ କରିଥିଲା । ଦଳର ଶଶାଙ୍କ ଚନ୍ଦ୍ରକର ୫୫ବଲ ରୁ ୧୨୧ ରନ କରିଥିବା ବେଳେ ବିପକ୍ଷ ବିଶାଖାପାଟନା ର ଚନ୍ଦୁ ପ୍ରିତମ ୩ ଟି ଓ ଭି.ଶଙ୍କର ୨ ଟି ଉଇକେଟ ନେଇଥିଲେ। ଜବାବରେ ବିଶାଖାପାଟନା ଦଳ ୧୫.୫ ଓଭର ରେ ସମସ୍ତ ଉଇକେଟ ହରାଇ ୯୮ ରନ କରିଥିଲା। ଦଳର ଭି.ଶଙ୍କର ୨୧ ଓ କିଟ୍ଟୁ ୨୦ ରନ କରିଥିଲେ । ବିପକ୍ଷ ଛତିଶଗଡ଼ ଦଳର ଶଶାଙ୍କ ତିୱାରୀ ୩ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ଟି-୧୦ ମ୍ୟାଚ୍ ରେ ଛତିଶଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି
ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୧୦୯ ରନ କରିଥିଲା। ଦଳର ୟଶ ଠାକୁର ୨୩,ଶଶାଙ୍କ ତିୱାରୀ ଓ ବିଟ୍ଟୁ ଉଭୟ ୧୫ ରନ ଲେଖାଏଁ କରିଥିଲେ। ବିପକ୍ଷ ଦଳର ଡି. ଗାଙ୍ଗୁ ନାଇଡୁ ୩ ଟି ଉଇକେଟ ନେଇଥିଲେ। ଜବାବରେ ବିଶାଖାପାଟନା ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୦୧ ରନ କରିଥିଲା। ଦଳର ବି.ଶଙ୍କର ୨୪ ଓ ଲୋକେଶ ବର୍ମା ୨୩ ରନ କରିଥିଲେ। ବିପକ୍ଷ ଛତିଶଗଡ଼ ର ଶଶାଙ୍କ ତିୱାରୀ ୩ଟି ଉଇକେଟ ନେ଼ଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଛତିଶଗଡ ମ୍ୟାଚ୍ ର ବିଜେତା ଭାବେ ପ୍ରଥମ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି। ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା , ଆଇନଜୀବୀ ଇଂ.ଆଶ୍ରୟ ମହାନନ୍ଦ , ସ୍ବେଚ୍ଛାସେବୀ ସୁବାସ ପଣ୍ଡା ଓ ସଞ୍ଜୟ ବଡ଼ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତିଶଗଡ ର ଶଶାଙ୍କ ଚନ୍ଦ୍ରକର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ୍ ରେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ବିଶ୍ୱଜିତ ପୁରୋହିତ ଅମ୍ପାୟାର,ଜୟ ପ୍ରକାଶ ସାହୁ ସ୍କୋରିଙ୍ଗ, ଶୁଭେନ୍ଦୁ ଶେଖର ସାହୁ ଓ ଅଂଶୁମାନ ସାହୁ ଅନ ଲାଇନ ସ୍କୋରିଙ୍ଗ ଏବଂ ପୀତାମ୍ବର ସାହୁ,ମାନସ ନନ୍ଦ ଓ ପ୍ରାଣବନ୍ଧୁ ସାହୁ ଧାରା ଧାରାବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ଦିନ ସ୍ପାର୍ଟନ ଭୁବନେଶ୍ଵର ଓ ପାନ୍ଥର କ୍ରିକେଟ କ୍ଲବ, ହଜାରିବାଗ (ଝାଡଖଣ୍ଡ)ମଧ୍ୟରେ ହେବ ବୋଲି ଆୟୋଜକ ସଭାପତି ସୁଶିଲ ପ୍ରଧାନ ଙ୍କ ଠାରୁ ପ୍ରକାଶ l