ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବେହେରାମାଲ ଗ୍ରାମର ମହିଳା ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ଏସ. ପତ୍ରାପାଲି ଗ୍ରାମପଞ୍ଚାୟତ ର ଯୋଗାଣ ସହାୟକ ମନୋଜ ମହାକୁର ଏବଂ ତାଙ୍କ CRP ସ୍ତ୍ରୀ ବିଜୁଳି ମହାକୁର l ଅସହାୟ ମହିଳାଙ୍କୁ ଆବାସ ଗୃହ କଟିଯିବ, ରାସନ କାର୍ଡ କଟିଯିବ ବୋଲି ଭୟଭୀତ କରେଇ ଯୋଗାଣ ସହାୟକ ମନୋଜ ମହାକୁର ଏବଂ ତାଙ୍କ ସ୍ତ୍ରୀ ବିଜୁଳି ମହାକୁର ଅର୍ଥ ହଡ଼ପ କରି ନେଇଥିବା ଅଭିଯୋଗ ଆଣିଛନ୍ତି , ନିଜେ ଠକାମୀର ଶିକାର ହୋଇଥିବା ଅସହାୟ ମହିଳା ବେହେରାମାଲ ଗ୍ରାମର ରଞ୍ଜିତା ପଧାନ l ଇଭୟ ସ୍ୱାମୀ ସ୍ତ୍ରୀଙ୍କ ବିରୁଦ୍ଧରେ ଗତ ତା ୦୬/୧୧/୨୦୨୪ ରିଖରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅସହାୟ ମହିଳା ରଞ୍ଜିତା ପଧାନ l କୌଣସି ସୁଫଳ ନ ମିଳିବାରୁ ରଞ୍ଜିତା ଗତ ତା ୧୧/୧୧/୨୦୨୪ ରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ l ଏହାପରେ ପୁଣି ଗତ ତା ୧୯/୧୧/୨୦୨୪ ରିଖରେ ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ l ହେଲେ ବଡ଼ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଅସହାୟ ରଞ୍ଜିତା ନିଜ ଲକ୍ଷାଧିକ ଟଙ୍କା ଫେରି ପାଇ ପାରିଲେ ନାହିଁ l ଯାହା ଫଳରେ ମଙ୍ଗଳବାର ଅସହାୟ ରଞ୍ଜିତା ନିଜ ଛୋଟ ଛୋଟ ପିଲାଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଏପରିକି ଏହି ଧାରଣା ପରେ ତାଙ୍କୁ ନ୍ୟାୟ ନ ମିଳିଲେ ସିଏ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି l