Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ସୋନପୁର କୁ ହରାଇ କଲିକତା ସେମିଫାଇନାଲ ରେ ପ୍ରବେଶ ; ପ୍ରଶାନ୍ତ ସିଂ ମ୍ୟାନ୍ ଅଫ ଦି ମ୍ୟାଚ୍

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡିଆ ରେ ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୮ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ 8 ପୁଲ -ବି ପ୍ରଥମ ମ୍ୟାଚ ରେ ଏସ ଡି ସି ଏ ସୋନପୁର କୁ ହରାଇ ବିରାଟ କ୍ରିକେଟ କ୍ଲବ କଲିକତା( ୱେଷ୍ଟ ବେଙ୍ଗଲ) ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଟି ଟି-୨୦, ଟି-୧୦ ଓ ସୁପର-୨ ଫର୍ମାଟ ରେ ହୋଇଥିଲା । ବିରାଟ କ୍ରିକେଟ କ୍ଲବ କଲିକତା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଫର୍ମାଟ ରେ ୧୯.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୦୭ ରନ କରିଥିଲା। ଦଳର ପ୍ରଶାନ୍ତ ସିଂ ୨୯ ଓ ସୁଶାନ୍ତ ସିଂହା ୨୮ ରନ କରିଥିଲେ। ବିପକ୍ଷ ସୋନପୁର ଦଳର ସୁମନ ମହାରଣା ଓ ଶୁଭମ ବିଷ୍ଟ ପ୍ରତ୍ୟେକ ୩ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ସୋନପୁର ଦଳ ଆବଶ୍ୟକୀୟ ୧୦୮ ରନ କୁ ୧୧.୫ ଓଭର ରେ ୬ ଉଇକେଟ ହରାଇ ସଂଗ୍ରହ କରିଥିଲା। ଦଳର ବରୁଣ ଦାସ ୩୦ ଓ ଋଷି ମେହେର ୨୯ ରନ କରିଥିଲେ। ବିପକ୍ଷ କଲିକତା ଦଳର ସୃୟାଂଶ ତିୱାରୀ ୩ ଟି ଉଇକେଟ ନେଇଥିଲେ । ଟି-୧୦ ଫର୍ମାଟ ରେ କଲିକତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୮୬ ରନ କରିଥିଲା। ଦଳର ପ୍ରଶାନ୍ତ ସିଂ ୨୮ ରନ କରିଥିବା ବେଳେ ସୋନପୁର ର କେ. ଜି.କ୍ରିଷ୍ଣା,ପୁରୁଷୋତ୍ତମ ପାତ୍ର ଓ ଶୁଭମ ବିଷ୍ଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ପୁରୁଷୋତ୍ତମ ପାତ୍ର ଙ୍କ ୩୧ ରନ ସତ୍ତ୍ବେ ୭ ଉଇକେଟ ହରାଇ ୫୪ ରନ କରିଥିଲା। ବିପକ୍ଷ ମାହି ଓ ବିଶ୍ୱଜିତ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ଖେଳା ହୋଇଥିଲା। ଏଥିରେ ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨ ଓଭର ରେ ୨୩ ରନ କରିଥିବା ବେଳେ କଲିକତା ୨୪ ରନ କରି ବିଜୟୀ ହୋଇଥିଲା। ଫଳରେ କଲିକତା ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ ପ୍ରାରମ୍ଭ ରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଇଂ. ବବ୍ରୁ ବାହାନ ପ୍ରଧାନ, ବାଗବର ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଓ ବିଶିଷ୍ଟ ବ୍ୟବସାୟୀ ନିର୍ମଳ ନେଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଲିକତା ର ପ୍ରଶାନ୍ତ ସିଂ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ୍ ଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ରଜନୀକାନ୍ତ ରେଡ୍ଡୀ ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଶୁଭେନ୍ଦୁ ଶେଖର ସାହୁ ଓ ଚମାରୁ ମହାକୁର ଅନ ଲାଇନ ସ୍କୋରିଙ୍ଗ ଏବଂ ପ୍ରାଣବନ୍ଧୁ ସାହୁ,ଆଶିଷ ଦେଓ , ତନୁଜରାଜ ସାହୁ ଓ ପୀତାମ୍ବର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଦିନ ଏନ ଏନ ଏସ ପ୍ରୟାଗରାଜ ( ୟୁପି) ଓ ଭାଗଲପୁର କ୍ରିକେଟ କ୍ଲବ ପାଟଣା (ବିହାର) ମଧ୍ୟରେ ହେବ ବୋଲି ଆୟୋଜକ ଉପସଭାପତି ଟୁଟୁ ମହାକୁର ପ୍ରକାଶ କରିଛନ୍ତି।