Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ ନଗର ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ରାଜନଗର ନିକଟରେ ଗତକାଲି ଭାରସାମ୍ୟ ହରାଇ କୋଇଲା ବୋଝେଇ ଏକ ଟ୍ରକ ଓଲଟି ପଡିଛି । ଦୁର୍ଘଟଣାରୁ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନି । ସେପଟେ ରାସ୍ତା ମଝିରେ ଟ୍ରକଟି ଓଲଟି ପଡିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଭାରି ଯିବା ଆସିବା ବନ୍ଦ ହୋଇଯାଇଥିଲା । ରାସ୍ତା ଉପରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା । ଏନେଇ ଉଲୁଣ୍ଡା ଥାନା ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ