Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲ ମ୍ୟାଚରେ କଲିକତା କୁ ହରାଇ ଛତ୍ତିଶଗଡ଼ ଚାମ୍ପିଆନ୍

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ହେଉଥିବା ୨୮ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପର ରବିବାର ଫାଇନାଲ ଖେଳରେ ବିରାଟ କ୍ରିକେଟ କ୍ଲବ୍ କଲିକତା କୁ ହରାଇ କ୍ୟୁସିଆଇ ଛତିଶଗଡ଼ ଚାମ୍ପିଅନ ହୋଇଛି । ମ୍ୟାଚ୍ ଟି ଟି-୨୦ ଓ ଟି-୧୦ ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଛତିଶଗଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୬ ଉଇକେଟ ହରାଇ ୨୦୭ ରନ କରିଥିଲା। ଦଳର ୟଶ ଠାକୁର ୫୩ ବଲ ରୁ ୯୬ ରନ ଓ ବିବେକ ବୋରକର ୪୩ ରନ କରିଥିଲେ। ବିପକ୍ଷ କଲିକତା ର ସୁର୍ୟାଂଶ ତିୱାରୀ ୩ ଟି ଉଇକେଟ ନେଇଥିଲେ। ଜବାବରେ କଲିକତା ଦଳ ନିର୍ଦ୍ଧାରିତ ୨୦ ଓଭର ରେ ପ୍ରଶାନ୍ତ ସିଂ ଙ୍କ ୬୨ ବଲ ରୁ ୧୦୦ ଓ ପ୍ରଶାନ୍ତ ରଞ୍ଜନ ଙ୍କ ୪୪ ରନ ସତ୍ତ୍ୱେ ୮ ଉଇକେଟ ହରାଇ ୧୮୭ ରନ କରିଥିଲା । ବିପକ୍ଷ ଶଶାଙ୍କ ତିୱାରୀ ୩ ଟି ଉଇକେଟ ନେଇଥିଲେ। ଟି-୧୦ ଫର୍ମାଟ ରେ ଛତିଶଗଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୧୭୪ ରନ କରିଥିଲା। ଦଳର ଶଶାଙ୍କ ଚନ୍ଦ୍ରକର ୨୩ ବଲ ରୁ ୬୭ ଓ କ୍ରିତେଶ ସାହୁ ୧୪ ବଲ ରୁ ୪୮ ରନ କରିଥିଲେ। ବିପକ୍ଷ ସୁଶାନ୍ତ ସିଂହା ୩ ଟି ଉଇକେଟ ନେ଼ଇଥିଲେ। ଜବାବରେ କଲିକତା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୨୨ ରନ କରିଥିଲା। ଦଳର ପ୍ରଶାନ୍ତ ସିଂ ୩୮ ଓ ବିଶ୍ଵଦୀପ ମୁଖାର୍ଜୀ ୩୫ ରନ କରିଥିଲେ। ବିପକ୍ଷ ଶଶାଙ୍କ ତିୱାରୀ ୨ ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଛତିଶଗଡ ଦଳ ଚାମ୍ପିଅନ ହୋଇଥିଲା। ମ୍ୟାଚ୍ ପ୍ରାରମ୍ଭ ରେ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧିକାରୀ ମାନସ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଗ୍ରାମ୍ୟ ଉନ୍ନୟନ , ପଞ୍ଚୟତରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲl ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସୁର୍ଯ୍ୟ କୁମାର ନନ୍ଦ , ଗ୍ରାମ୍ୟ ପରିଚାଳନା କମିଟିର ସଭାପତି କଳ୍ପତରୁ ମହାକୁର , ଆୟୋଜକ ସଭାପତି ସୁଶିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଛତିଶଗଡ ର ଶଶାଙ୍କ ତିୱାରୀ ଙ୍କୁ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଏବଂ ଶଶାଙ୍କ ଚନ୍ଦ୍ରକର ଙ୍କୁ ଶ୍ରେଷ୍ଠ ବ୍ୟାଟର ଓ ମ୍ୟାନ ଅଫ ଦି ମ୍ୟାଚ୍, ବିବେକ ବୋରକର ଙ୍କୁ ଶ୍ରେଷ୍ଠ ଫିଲଡର ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ଦଳ କୁ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ ଦଳ କୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ରଜନିକାନ୍ତ ରେଡ୍ଡୀ ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ଆଶିଷ ଦେଓ , ମ୍ୟାକ ମିଳନ ମହାକୁର , ହୃଷିକେସ ଚାନ୍ଦ , ପ୍ରାଣବନ୍ଧୁ ସାହୁ ଓ ପୀତାମ୍ୱର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ