Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ. ହିମାଂଶୁ ଶେଖର ପାଢୀ ଆମ୍ବେଦକର ଇଣ୍ଟରନେସନାଲ ଆୱାର୍ଡ ରେ ସମ୍ମାନିତ

ବୀରମହାରାଜପୁର : (ସୌମିତ୍ରି ମେହେର) ନୂଆଦିଲ୍ଲୀ ସ୍ଥିତ ୱାର୍ଲଡ ଚେରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିପାଇଁ ବିଶିଷ୍ଟ ସାହିତ୍ୟିକ , ସଂସ୍କୃତି ଗବେଷକ , ଜାତୀୟ ସ୍ତରରେ ପ୍ରତିଷ୍ଠିତ ପରିଭ୍ରମଣ ଲେଖକ ତଥା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କୁ ମର୍ଯ୍ୟାଦାଜନକ ଡ଼. ବି. ଆର. ଆମ୍ବେଦକର ଇଣ୍ଟେରନେସନାଲ ଆୱାର୍ଡ ପ୍ରଦାନ କରାଯାଇଛି । ଡିସେମ୍ବର ୩୧ ତାରିଖ ଦିନ ଏହି ଅନୁଷ୍ଠାନ ତରଫରୁ ପୁରୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା I ଏହି ଅବସରରେ ସାଂସଦ ଶୁଭାଶିଷ ଖୁଣ୍ଟିଆ ତାଙ୍କୁ ଔପଢୌକନ , ମାନପତ୍ର ତଥା ଟ୍ରଫି ପ୍ରଦାନକରି ସମର୍ଦ୍ଧିତ କରିଥିଲେ I
ଏଠାରେ ଉଲ୍ଲେଖଯୋଗ୍ୟଯେ ଡ଼. ପାଢୀଙ୍କ ଶିକ୍ଷାଦାନ କ୍ଷେତ୍ରରେ ୩୩ ବର୍ଷର ଅଭିଜ୍ଞତା ରହିଛି I ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତାଙ୍କର ତିନିଶହରୁ ଉର୍ଦ୍ଧ ପ୍ରବନ୍ଧ ରହିଛି I ଦେଶର ପ୍ରମୁଖ ସମ୍ବାଦପତ୍ର ଓ ପତ୍ରିକା ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଦି ଟେଲିଗ୍ରାଫ, ସାହାରା ଟାଇମ, ଦି ପାଓନିୟର, ଓଡିଶା ପୋଷ୍ଟ , ଇଷ୍ଟର୍ଣ ଟାଇମ୍ସ , ଓଡିଶା ରିଭିୟୁ, ଟୁରିଜମ ଆଣ୍ଡ ୱାଇଲଡଲାଇଫ, ଟୁରିଜମ ଇଣ୍ଡିଆ , ଟ୍ରାଭେଲ୍ଳେର୍ସ ଓଡିଶା , ଏଲିଭ , ୱମେନ୍ସ ଏରା ପ୍ରଭୁତି ସମ୍ବାଦପତ୍ର ଓ ପତ୍ରିକାମାନଙ୍କରେ ତାଙ୍କଦ୍ୱାରା ଲିଖିତ ଅନେକ ପ୍ରବନ୍ଧ ଓ ଫିଚର ପ୍ରକାଶିତ ହୋଇଛି I
ଏଥିସହିତ ଓଡ଼ିଶାର ପ୍ରମୁଖ ସମ୍ବାଦପତ୍ର ମାନଙ୍କ ବ୍ୟତୀତ ଉତ୍କଳ ପ୍ରସଙ୍ଗ, ସମାଜ ସତ୍ୟବାଦୀ, ପ୍ରଜାତନ୍ତ୍ର ସାପ୍ତାହିକି, ପ୍ରଜାତନ୍ତ୍ର ପ୍ରତିଭା , ଧରିତ୍ରୀ ଛୁଟିଦିନ, ସାନନ୍ଦା, ସଚିତ୍ର ବିଜୟା, ରାଷ୍ଟ୍ରଦୀପ, କାଦମ୍ବିନୀ, ବଉଳ, ମହୋଦଧି, ଆମ ସମୟ ,ଯୋଜନା ଓଡିଆ ପ୍ରଭୃତି ତାଙ୍କ ସ୍ମୃଜନଶୀଳତାର ଅନନ୍ୟ ସ୍ଵାକ୍ଷର ବହନ କରେ I
ପୂର୍ବରୁ ଡ଼. ପାଢ଼ୀ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିପାଇଁ ଡ଼. ବି. ଆର. ଆମ୍ବେଦକର ଫେଲୋସିପ ସମ୍ମାନ, ଯମେଶ୍ୱର ମିଶ୍ର ସ୍ମୃତି ସମ୍ମାନ, ବିବେକାନନ୍ଦ ପଟ୍ଟନାୟକ ସ୍ମୃତି ପୁରସ୍କାର, ସପ୍ତାଦୀପା ସାହିତ୍ୟ ସଂସଦର ବିଶୁଭ ସମ୍ମାନ, ପ୍ରମୋଦ କୁମାର ମହାନନ୍ଦିଆ ସ୍ମୃତି ସମ୍ମାନ, ମାତିଲଗ୍ନା ସାରସ୍ୱତ ସମ୍ମାନ, ଚଳାପଥ ସମ୍ମାନ ପ୍ରଭୃତି ପାଇଥିବାବେଳେ ବର୍ତ୍ତମାନ ସମାଚାର ଓ ଗୁପ୍ତଚର ସମ୍ବାଦପତ୍ର, ଆଠମଲ୍ଲିକର ପଞ୍ଚଧାର ସାହିତ୍ୟ ସଂସଦ ଓ ବୀରମହାରାଜପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଗତ ଗୁରୁ ଦିବସ ଅବସରରେ ଓଡ଼ିଶା ନଲେଜ କରପୋରେସନ ଓ ନାଇସେଟ୍ କମ୍ପ୍ୟୁଟର ଏକାଡେମୀ , ଦନ୍ତାପାଲି ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ