ଧାନ ସଂଗ୍ରହ ସଚେତନତା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ


ଅତାବିରା: ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆସନ୍ତା 6 ତାରିଖ ରୁ ମାର୍କେଟ ୟାର୍ଡ଼ ଖୋଲିବ l ଏଥିପାଇଁ ଚାଷୀଙ୍କୁ ସଚେତନ କରିବାକୁ ଏକ ସଚେତନତା ଶିବିର କରିବାକୁ ସୋମବାର ଚାଷୀ ସଂଗଠନ ପକ୍ଷରୁ ଅତାବିରା ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ସୋମବାର ବ୍ଲକ କାର୍ୟ୍ଯାଳୟରେ ଚାଲିଥିବାର ରବିଋତୁରେ ଧାନ କିଣାବିକା ବାବଦ ରେ ଚାଷୀମାନଙ୍କୁ ସଚେତନ କରିବାର ଲାଗି ବିଡିଓ ପ୍ରମୋଦ ଚନ୍ଦ୍ର ମେହେରକୁ ଦାବୀପତ୍ର ପ୍ରଦାନ କରିଥିଲେ ଜିଲା ଚାଷୀ ସଂଗଠନ ବ୍ଲକ ଶାଖାର କର୍ମକର୍ତ୍ତାଗଣ l ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ରବିଋତୁର ଧାନ ବାବଦରେ ଚାଷୀମାନଙ୍କୁ ସଚେତନ କରିବା ଲାଗି ଆସିବାର ମେ ମାସ ୫ ତାରିଖ ସକାଳର ୯ ବଜି ସମିଆ ନୁ ପତ୍ରାପାଲି ୟାର୍ଡରେ ଏକ ସଚେତନ କାର୍ୟ୍ଯକ୍ରମ କରିବା କରବାର ଲାଗି ଅନୁରୋଧ କରାଯାଇଥିଲା l ଦାବୀପତ୍ର ଦେବାର ସମୟରେ ସଂଗଠନର ସଂପାଦକ ରମଣୀ ଦନ୍ତା, କୋଷାଧ୍ୟକ୍ଷ ଚୈତନ୍ୟ କର୍ଣ୍ଣ, ରାମରତ୍ନାକର ପ୍ରଧାନ, ରବିନ୍ଦ୍ର ବିଶି,ଟଂକଧର ପ୍ରଧାନ, ଜି ରମେଶ ପ୍ରମୁଖ ଉପସ୍ଥିତ ଥିଲେ l