Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୂଲେଶ୍ଵର ରାଧା ମୋହନ ହାଇ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୂଲେଶ୍ଵର ସ୍ଥିତ ରାଧାମୋହନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ବନମାଳୀ ଶାସିନି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ପିତାମହୁଲ ପଂଚାୟତ ସମିତି ସଭ୍ୟ ଶୁଭେନ୍ଦୁ ସାହୁ କ୍ରୀଡା ଛାତ୍ରଛାତ୍ରୀଙ୍କର ଅଭିନ୍ନ ଅଙ୍ଗ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ରୁଦ୍ରନାରାୟଣ ସିଂ ସାମନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳୁଆଡ଼ ମନଭାବ ନେଇ ଅଗ୍ରସର ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଖେଳ ଶିକ୍ଷକ ପରମେଶ୍ୱର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କମିରା ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ରଂଜିତ ପଧାନଙ୍କ ତତ୍ତ୍ୱାବଧାନରେ ବାଳକ ଓ ବାଳିକା ବିଭାଗରେ 9 ଟି ଲେଖାଏଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସଭାରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସୁବଳ ଖଣ୍ଡଗିରି ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଖେଳ କୁ ପାଥେୟ କରି ଜୀବନ ରେ ମହାନ ଖେଳାଳି ହୋଇ ବିଦ୍ୟାଳୟର ତଥା ଅଞ୍ଚଳର ନାମ ସମୁଜ୍ଜଳ କରିବାକୁ ପ୍ରତିଜ୍ଞା ବଦ୍ଧ ହେବା ଉଚ୍ଚିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀଷ୍ମ ଦନ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂସ୍କୃତ ଶିକ୍ଷକ ବସୁଦେବ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା 54 ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ବାଳିକା ବିଭାଗରେ ସୁଚିତ୍ରା ନାଏକ ଓ ବାଳକ ବିଭାଗର ରାକେଶ ପରଡିଆ ଚମ୍ପିୟାନ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ସହକାରୀ ଶିକ୍ଷକ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷକ ପ୍ରେମାନନ୍ଦ ସାମଲ , ଅମରେନ୍ଦ୍ର ଦେହୁରୀ , ଉଜ୍ଜଳମଣୀ ପାତ୍ର ତଥା କର୍ମଚାରୀ ସନ୍ୟାସୀ ବଢିଆ, ଟୁନୁରାମ ସିଂ ସାମନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ