Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଲପାଲି ଖେଳ ପଡିଆରେ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ପଞ୍ଚାୟତ ଅନ୍ତର୍ଗତ ବିଶାଲ ପାଲି ସ୍କୁଲ ଖେଳ ପଡିଆରେ 11 ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି l ପାତ୍ରପାଲି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ରମେଶ କୁମାର ପଧାନ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗୋପାଳ ଚନ୍ଦ୍ର ସେଠୀ ଅତିଥିଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ I ପ୍ରଥମ ମ୍ଯାଚ ତିକୁଡ଼ା ଓ ବହଲପଦର ମଧ୍ୟରେ ହୋଇଥିବା ବେଳେ ତିକୁଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭର ରେ 9 ଉଇକେଟ ହରାଇ 75 ରନ୍ କରିଥିଲା I ଜବାବରେ ବହଳ ପଦର ଦଳ 8 ଓଭରରେ 2 ଉଇକେଟ ହରାଇ 73 ରନ୍ କରି ପରାସ୍ତ ହୋଇଥିଲା I ଦ୍ଵିତୀୟ ମ୍ଯାଚ କେନ୍ଦୁପାଲି ଓ ବିଶାଲପାଲି ମଧ୍ୟରେ ହୋଇ ଥିବାବେଳେ କେନ୍ଦୁପାଲି ବିଜୟୀ ହୋଇଥିଲା l ତୃତୀୟ ଖେଳ ପ୍ରଥମ ମ୍ଯାଚ ର ବିଜେତା ତିକୁଡା ଓ ଦ୍ଵିତୀୟ ମ୍ଯାଚ ର ବିଜେତା କେନ୍ଦୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ କେନ୍ଦୂପାଲି ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ