Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲେଙ୍ଗାନାରେ ଟ୍ରକ-ବସ୍ ଧକ୍କା, ୪ ଓଡ଼ିଆ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋରୁ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବା ପରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି ।

କଳାହାଣ୍ଡି ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ଗତକାଲି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ବସ୍‌ । ବସ୍‌ଟି ରାତି ପ୍ରାୟ ୩ଟା ସମୟରେ ସୂର୍ଯ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରୁଥିଲା । ଏହି ସମୟରେ ରାସ୍ତା ଉପରେ ଏକ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ ବସ୍‌ଟି ତାହାକୁ ପଛ ପଟୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories