ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ରେ ବିଶ୍ଵ ହିନ୍ଦିଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଭଙ୍ଗାମୁଣ୍ଡା ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ହରିହର ସିଂହ ବାବୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l କେନ୍ଦୁପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଧଳ ସନମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅତିଥିମାନେ ହିନ୍ଦୀ ଭାଷାର ଗାରିମା , ତାର ସାହିତ୍ୟ ଓ ସ୍ବାତନ୍ତ୍ର୍ୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ‘ରାଷ୍ଟ୍ର ଭାଷା ହିନ୍ଦୀ ହମାରେ ଏକ ପହେଚାନ’ ଶୀର୍ଷକ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ନୀଳିମା ପଧାନ ପ୍ରଥମ , ତ୍ରିଲୋଚନ ପେରା ଦ୍ଵିତୀୟ , ପ୍ରିୟଙ୍କା ପଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ହିନ୍ଦୀ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପାଠାଗାରର ହିନ୍ଦୀ ବିଭାଗ କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରା ଯାଇଥିଲା । ଶିକ୍ଷକ ମୀନକେତନ ମେହେର ଓ ରଣମୋହନ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଯୁଧିଷ୍ଠିର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।