ବୀରମହାରାଜପୁର ବ୍ଲକ ରେ ରିକ୍ସା ବଣ୍ଟନରେ ପାତର ଅନ୍ତର ଅଭିଯୋଗ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଦ୍ଵାରା ଇ ରିକ୍ସା ବଣ୍ଟନ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ଚୟନ କମିଟି ଦ୍ଵାରା ଚୟନ ହୋଇଥିବା ବୀରମହାରାଜପୁର ବ୍ଲକ ଖମ୍ବେଶ୍ୱରୀପାଲି ଗ୍ରାମର ନାରାୟଣ ମଲ୍ଲିକ ଅଯୋଗ୍ୟ ଥାଇ ତାଙ୍କୁ ଚୟନ କରାଯାଇଥିବା ବେଳେ ଅଭିଯୋଗ କାରୀ କମଲପୁର ଗ୍ରାମର ତିକାୟତ ମେହେର ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଛି I ଏନେଇ ବୀରମହାରାଜପୁର ଉପଜିଲ୍ଲାପଳଙ୍କ ଠାରେ ଅଭିଯୋଗ କରିଛନ୍ତି ଟିକାୟତ । ଅଭିଯୋଗ କରି ଜଣେ ସତ ପ୍ରତିଶତ ଶ୍ରବଣ ବାଧୀତ ଭିନ୍ନକ୍ଷମ । ସେ ଶ୍ରବଣ ଯନ୍ତ୍ର ବ୍ୟବହାର କରି ଶୁଣି ପାରନ୍ତି । ତାଙ୍କ ଠାରୁ କମ୍ ପର୍ସେଣ୍ଟ ଭିନ୍ନକ୍ଷମ ଥିବା ନାରାୟଣ ମଲ୍ଲିକ କୁ ଇ ରିକ୍ସା ପାଇଁ ଚୟନ କରିଥିବା ଶ୍ରୀ ମେହେର ଅଭିଯୋଗ କରିଛନ୍ତି । ଏହା ସହିତ ଶ୍ରୀ ମଲ୍ଲିକ ଙ୍କ ୫ ଏକରରୁ ଅଧିକ ଦୁଇ ଫସଲି ଚାଷ ଜମି ରହିଛି , ତାଙ୍କ ସ୍ତ୍ରୀ ଜଣେ ଆଶା କର୍ମୀ , ତାଙ୍କର ପୁଅ ଡୁଙ୍ଗୁରିପାଲି ଡାକ୍ତର ଖନାରେ ଜଣେ କାର୍ଯ୍ୟରତ କର୍ମଚାରୀ ତା ସହିତ ସେ ବିଭିନ୍ନ ସମୟରେ ଠିକା କାର୍ଯ୍ୟ କରି ଉପାର୍ଜନ କରନ୍ତି । ଏସବୁ ଥାଇ ଶ୍ରୀ ମଲ୍ଲିକ କିପରି ଚୟନ କମିଟି ଦ୍ଵାରା ଚୟନ ହେଲେ ବୋଲି କହିଛନ୍ତି ଅଭିଯୋଗ କାରୀ । ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ( ଡି ଏସ ଏସ ଓ) ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଭିଯୋଗ କାରୀ ଜଣେ ସତ ପ୍ରତିଶତ ଶ୍ରାବଣ ବାଧିତ ଭିନ୍ନକ୍ଷମ । ସେ ଶୁଣି ପାରିବେକି ନାହିଁ କହିହେବ ନାହିଁ । ଅନ୍ୟ ଜଣେ ଭିନ୍ନକ୍ଷମ ଥିବାରୁ ତାଙ୍କୁ ଚୟନ କମିଟି ଚୟନ କରିଥିବା କହିଛନ୍ତି । ଯଦି ସରକାର ଙ୍କ ପକ୍ଷରୁ ଅଧିକ ଟାର୍ଗେଟ ଆସେ ତାଙ୍କୁ ବିଚାରକୁ ନିଆଯିବ ବୋଲି କହିଛନ୍ତି । ସୂଚନା ଥାଉକି ସାମାଜିକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ଏମ ସି ଏଲ ସହଯୋଗରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜୀବିକା ଉପାର୍ଜନ ସାହାଯ୍ୟ ରୂପେ ଇ ରିକ୍ସା ଯୋଜନା କରାଯାଇଛି । ଏହି ଯୋଜନାରେ ଶ୍ରାବଣ ବାଧିତ ବ୍ୟକ୍ତି ମଧ୍ୟ ହିତାଧିକାରୀ ହୋଇପାରିବା ର ଗାଇଡ ଲାଇନ ରହିଛି । ଏହାକୁ ଅଣଦେଖା କରି ଯୋଗ୍ୟ ବ୍ୟକ୍ତିଙ୍କୁ ବାଦଦେଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କୁ ବିରୋଧ କରି ଏହାର ତଦନ୍ତ ପାଇଁ ଉପ ଜିଲ୍ଲାପାଳ ବୀରମହାରାଜପୁର ଙ୍କ ଠରେ ଅଭିଯୋଗ କରିଛନ୍ତି l ତାଙ୍କୁ ଏକ ଇ ରିକ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।