Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଳ ପାଲି ଜୟ ଜଗନ୍ନାଥ କ୍ରିକେଟ ର ଫାଇଲ ଖେଳରେ ବ୍ରାହ୍ମଣୀ ପାଲି କୁ ହରାଇ କେନ୍ଦୁପାଲି ଦଳ ଚାମ୍ପିଅନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ବିଶାଲପାଲି ସ୍ଥିତ ସ୍କୁଲ ଖେଳ ପଡ଼ିଆରେ ବିଶାଲପାଲି, ପାତ୍ରପାଲି ଓ ଚିଙ୍ଗିରାନାଲି ର ମିଳିତ ଆନୁକୁଲ୍ୟରେ ହେଉଥିବା ୧୧ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ବ୍ରାହ୍ମଣୀପାଲି କୁ ହରାଇ କେନ୍ଦୁପାଲି ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା । ବ୍ରାହ୍ମଣୀପାଲି ଦଳ ଟସ୍ ଜିଣି ପ୍ରଥମ ଫୋର୍ମଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହାରାଇ ୮୩ ରନ କରିଥିଲା। ଜବାବ ରେ କେନ୍ଦୁପାଲି ଦଳ ଆବଶ୍ୟକୀୟ ୮୪ ରନ କୁ ୬.୧ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ବ୍ରାହ୍ମଣୀପାଲି ଦଳ ନିର୍ଦ୍ଧାରିତ ୪ ଓଭର ରେ ୪ ଉଇକେଟ ହରାଇ ୩୪ ରନ କରିଥିଲେ। ଜବାବରେ କେନ୍ଦୁପାଲି ଦଳ ଆବଶ୍ୟକୀୟ ୩୫ ରନ କୁ ୩.୫ ଓଭର ରେ ୫ ଉଇକେଟ ହରାଇ ସଂଗ୍ରହ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ କେନ୍ଦୁପାଲି ଦଳ ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ମ୍ୟାଚ୍ ପ୍ରାରମ୍ଭ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା ଅତିଥି ଭାବେ ଯୋଗଦେଇ ଫାଇନାଲ ଖେଳ କୁ ଉଦଘାଟନ କରିଥିଲେ । ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସହୁ ମୁଖ୍ୟ ଅତିଥି ଏବଂ ବଡ଼କିରାସିରା କେନ୍ଦୁପାତ୍ର ରେଞ୍ଜ ଅଧିକାରୀ ଦୀପ୍ତି ରଞ୍ଜନ ବିଶ୍ଵାଳ, ସ୍ଥାନୀୟ ସମିତିସଭ୍ୟା ସୁଗନ୍ଧା ଘିବିଲା , ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ , କ୍ରୀଡାବିତ ଏକଲବ୍ୟ ବେହେରା , ପ୍ରଭାସ ପଣ୍ଡା ଓ ଅଶୋକ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦୁପାଲି ର ଅରବିନ୍ଦ ଝଙ୍କାର ଙ୍କୁ ମ୍ୟାନ ଅଫ ଫାଇନାଲ, ସିରିଜ ଓ ଶ୍ରେଷ୍ଠ ସିକ୍ସର , ବ୍ରାହ୍ମଣୀପାଲି ର ଲିପୁ ପ୍ରଧାନ ଙ୍କୁ ଶ୍ରେଷ୍ଠ ବ୍ୟାଟର, ଭିକି ଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଦଳ କୁ ନଗଦ ୧୯ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ ବିଜେତା ଦଳ କୁ ନଗଦ ୧୩ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ କୁ ସୁବ୍ରତ ଧଳ ଓ ସତ୍ୟବ୍ରତ ଧଳ ପରିଚାଳନା କରିଥିବା ବେଳେ ନେପାଳ ପ୍ରଧାନ ସ୍କୋରିଙ୍ଗ ଏବଂ ମାନସ ନନ୍ଦ ଓ ଆକାଶ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ