Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନlକଡେଇଁ ନାଗେଶ୍ଵର ମନ୍ଦିରରେ ନବାହ୍ନ ପରାୟଣ ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କ୍ଷେମାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାକେଡେଇଁ ଶ୍ରୀ ନାଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଜି ” ୬ଷ୍ଠ ତମ ନବାହ୍ନ ପାରାୟଣ ” କ୍ଷେମାଲୋଏ ପଞ୍ଚାୟତବାସୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି କଳଶ ଶୋଭାଯାତ୍ରା ହୋଇଥିବା ବେଳେ ବୁଧବାର ନବାହ୍ନ ପାରାୟଣ ଆରମ୍ଭ ହୋଇଯାଇଛି। ଆଜିଠାରୁ ଆରମ୍ଭ ହୋଇ ୨୩ତାରିଖରେ ପୂର୍ଣ୍ଣାହୂତି ହେବ। ଏଥିରେ ବ୍ୟାସ ଭାବରେ ନନ୍ଦନମାଳ ର ମଧୁସୂଦନ ଦାସ କାର୍ଯ୍ୟ ସମ୍ପାଦନ କରୁଛନ୍ତି। “ଆଧ୍ୟାତ୍ମିକତା ହିଁ ଶାନ୍ତି ଓ ମୈତ୍ରୀ ର ପ୍ରତୀକ” । ଏହି ନବାହ୍ନ ପାରାୟଣରେ ସହସ୍ରାଧିକ ଶ୍ରଦ୍ଧାଳୁ ସମାଗମ ହୋଇ ପ୍ରଭୁକୃପା ଲାଭ କରିବା ସହ ନିଜ ଜୀବନକୁ ଧାର୍ମିକ ପଥର ଅନୁଗାମୀ ହୋଇଛନ୍ତି। ଗ୍ରାମପଞ୍ଚାୟତ ର ସମସ୍ତ ଗାଁ ବାସୀ ଓ ନାଗେଶ୍ଵର ଯୁବକ ସଂଘ ର ସମସ୍ତ ସଦସ୍ୟ କାର୍ଯ୍ୟରେ ସହଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ