Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିଣା ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଏ ଗ୍ରାମ ପଂଚାୟତ ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ହେବାକୁ ଥିବା ବାର୍ଷିକ କ୍ରୀଡା ଉତ୍ସବ-2024-25 ଆଜି ଉଦଘାଟିତ ହୋଇଯାଇଛି l ବୁଧବାର ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିମନ୍ତ୍ରିତ ଅତିଥି ଗଣ ବିଦ୍ୟାଳୟରୁ ମସାଲ ଶୋଭାଯାତ୍ରାରେ ବାହାରି ଖେଳ ପଡିଆ ରେ ପହଂଚି ସେଠାରେ ମଶାଲ ସ୍ଥାପନ କରି ଥିଲେ l ଆୟାଜିତ ସଭା ରେ ଗ୍ରାମର ବରିଷ୍ଠ ନାଗରିକ ତଥା ପୂର୍ବତନ ୱାର୍ଡ ମେମ୍ବର ଶ୍ରୀ କୃଷ୍ଣଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ କୋଟସମଳାଏ ଗ୍ରା. ପ.ର ପୂର୍ବତନ ସରପଞ୍ଚ ନନ୍ଦନ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋପାଳ ନାଏକ, ସଦସ୍ୟ ଷଷ୍ଠୀ ଧରୁଆ ପ୍ରମୁଖ ଯୋଗଦାନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରି ନିଜ ନିଜର ବାର୍ତ୍ତା ପ୍ରଦାନ କରିଥିଲେ l ଏଥିରେ ପ୍ରଧାନ ଶିକ୍ଷକ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଦେଇଥିଲେ l ପରେ ପିଲାମାନଙ୍କର ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ହୋଇଥିଲା l ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟିର ସଦସ୍ୟ ଶୁରେଶ ପଧାନ ଗୋପାଳ ନାଏକ, ଷଷ୍ଠୀ ଧରୁଆ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ