Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ସମୁଦ୍ରରେ ଅଘଟଣ; ଗାଧୋଇବାବେଳେ ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ବୁଡିଗଲେ ୨ ବଙ୍ଗୀୟ ପର୍ଯ୍ୟଟକ। ସୂଚନା ଅନୁଯାୟୀ ବୁଡି ଯାଇଥିବା ୨ ପର୍ଯ୍ୟଟକ ମୃତ ବୋଲି ଜଣାପଡ଼ିଛି । ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନ୍‌ରେ ୨ ପର୍ଯ୍ୟଟକ ଗାଧଉଥିବା ବେଳେ ଏହି ଅଘଟଣ ଘଟିଛି ।

ମୃତ ୨ ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡାର ବୋଲି ଜଣାପଡିଛି । ୫ ବଙ୍ଗୀୟ ପର୍ଯ୍ୟଟକ ଗତକାଲି ପୁରୀ ଆସିଥିଲେ । ଆଜି ସକାଳେ ସେମାନେ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍‌ ବୁଡି ଯାଇଥିଲେ । ସେମାନଙ୍କ ଭିତରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ