Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂଜlଲୀରେ ହାଣି ଉଲୁଣ୍ଡା ବ୍ଲକ ଜଳ ବିଭାଜିକା ଯନ୍ତ୍ରୀ ଙ୍କ ଠାରୁ ଲୁଟି ନେଲେ 10 ହଜାର ଟଙ୍କା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ହରିହର ଜୋର ଡେମ ଫାଣ୍ଡି ଅଂଚଳ ରେ ଶନିବାର ଦୁଇଟି ବାଇକ ଲୁଟ ସହ ଜଣକୁ ଭୁଜାଲି ରେ ହାଣି କୋଡିଏ 20 ହଜାର ଟଙ୍କା ଲୁଟିବା ସହ ବାଇକ ଲୁଟି ନେଇ ଥିବା ବୀରମହାରାଜପୁର ଥାନା ରେ ଅଭିଯୋଗ ହୋଉଛି l ସୂଚନା ଅନୁସାରେ ପ୍ରଥମେ ହରିଣlପାଲି ଛକ ରେ ଏକ ବାଇକ ଆରୋହୀ ଏସ. ପତ୍ରା ପାଲି , କେଉଟିପାଳି ଗ୍ରାମ ର ଏହି ରାସ୍ତା ରେ ଯାଉଥିବା ବେଳେ ଏକ ପଲସର ବାଇକ ଲୁଟି ନେଇ ହରିହର ଯୋର ଡେମ ଅଂଚଳ କୁ ଦୃବୃତ୍ତ ଚାଲି ଯାଇଥିଲେ l ଉଲୁଣ୍ଡା ବ୍ଲକ ଜଳ ବିଭାଜିକା ଦାୟିତ୍ୱ ରେ ଥିବା କୁବେର କର୍ମୀ କହିବା ଅନୁସାରେ ଶନିବାର ଉଲୁଣ୍ଡା ବ୍ଲକ କୁ କାମ ରେ ପ୍ରଥମେ କାଦୋଦର ଗ୍ରାମ ପଂଚାୟତ ର ଗଇଲଗୁଡ଼ି ରେ କାମ ସାରି ସାରସ ଦାଦର ସୁନା ପାଳି କୁ ଯାଉଥିବା ବେଳେ ସୁନା ପାଳି ଛକ ରେ 3 ଜଣ ଯୁବକ ଛିଡା ହୋଇଥିଲେ I କୁବେର କର୍ମୀ କୁ ଅଟକାଇ ଥିଲେ କଣ କାମ ଅଛି କୁବେର କହିବା ପରେ ଭୁଜାଲି ରେ ହାଣି ଥିଲେ ହାତ ରେ ମୋବାଇଲ ଧରି ଥିବାରୁ ଭୁଜାଲି ଟି ହାତ ନ ବାଜି ମୋବାଇଲ ରେ ବାଜିଥିଲା l ଭୟ ରେ ଗାଡି ଟି ଛାଡି କୌଶଳ କ୍ରମେ ସୁନାପାଳି ଅଂଚଳ କୁ ଯିବା ସହ କେହି ଅଛ ଦୌଡ଼ି ଆସ ବୋଲି ଡାକି ବାରୁ ଦୃବୃତ୍ତ ବାଇକ ରେ ପୁଣି ପାଖ କୁ ଯାଇ ପୁଣି ଆକ୍ରମଣ କରି ଟଙ୍କା 20 ହଜାର ନେଇ ଯାଇ ଥିଲେ l ପୁଣି ଆକ୍ରମଣ କରିବାରୁ ହେଲମେଟ ରେ ବାଜି ଥିଲା ସୌଭାଗ୍ୟ ବଶତଃ ବର୍ତ୍ତୀ ଯାଇଥିଲେ l ଲାପଟପ ଦିଅ କହିଥିଲେ ଓ ମୋବାଇଲ ନେଇ ନ ଥିଲେ l ଟଙ୍କା ତକ ଧରି ବାଇକ ରେ ରେ ପଳାଉ ଥିବା ବେଳେ କର୍ମଚାରୀ ଜଣଙ୍କ ଗାଈଲଗୁଡ଼ି ଗ୍ରାମ ର କିଛି ଯୁବକ କୁ ଫୋନ କରିବାରୁ 3 ଜଣ ବାଇକ ଲୁଟେରା କୁ ଧରି ଥିଲେ l ଡେମ ଫାଣ୍ଡି ପୋଲିସ ଓ ବୀରମହାରାଜପୁର ପୋଲିସ ପହଂଚି ବୀରମହାରାଜପୁର ଥାନା କୁ ନେଇ ତଦନ୍ତ ଚାକୁ ରଖିଛି l ତାଙ୍କୁ ଲୁଟି ଥିବା ଯୁବକ ମାନେ ଆଗରୁ ଲୁଟକରି ଥିବା ଅନ୍ୟ ଏକ ପଲସର ଯୋଗେ ଫେରାର ମାରି ଥିଲେ l ବାରମ୍ବାର ଏ ଅଞ୍ଚଳରେ ଡକାୟତି , ଲୁଟ ଘଟଣା ଘଟୁ ଥିବାରୁ ପୋଲିସର ମୁଣ୍ଡ ବ୍ୟଥା ର କାରଣ ହୋଇଛି l