Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ ବିଭାଗର ଜବରଦଖଲ ଉଚ୍ଛେଦ ଆରମ୍ଭ : ଦୁଇ ଘର ଭାଙ୍ଗିଲା ,୧୫ କୁ ନୋଟିସ

ବାଲିଗୁଡା ,୧୯/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ସରକାରୀ ଜମିରେ ବେଇଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇ ପଡିଛି । ଏ ନେଇ ରାଜସ୍ୱ ବିଭାଗ ର ନିଦ ଭାଙ୍ଗିଛି ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିସାଇ ଦେଇଛି । ବାଲିଗୁଡା ତହସିଲଦାର ଦୀପ୍ତି ରଞ୍ଜନ ବେହେରା ୧୧ ନମ୍ବର କାଉନସିଲ ୱାଡ ଅଧୀନ ବାଇପାସ ରାସ୍ତାରେ ଘର କରିଥିବା ଠିକାଦାର ଓ ଶିକ୍ଷକଙ୍କ ଦୁଇଟି ଆଜବେଷ୍ଟ ଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ସରକାରୀ ଜାଗାରେ ବେଆଇନ ଘର କରିଥିବା ସରକାରୀ ଚାକିରିଆ ,ବଡ ବଡିଆ ୧୫ ଜଣ ଲୋକଙ୍କୁ ଶିଘ୍ର ଘର ଖାଲି କରିବା ପାଇଁ ନୋଟିସ କରିଥିବା ଜଣାପଡିଛି । ବାଇପାସ ରାସ୍ତାରେ ରାଜସ୍ୱ ବିଭାଗ ପକ୍ଷରୁ ସରକାରୀ ଜାଗା ଫଳକ ମାରିବା ସତ୍ବେ ମଧ୍ୟ ଲୋକେ ତାହାକୁ ଖାତିର ନକରି ରାଜସ୍ୱ ଫଳକୁ ଉପାଡି ଫିଙ୍ଗି ଦେଇଥିବା ନଜିର ରହିଛି । ଏହି ରାସ୍ତାରେ ବଡବଡିଆ ରାଜ ନେତା ,ଠିକାଦାର ,ସରକାରୀ ଚାକିରିଆ ଓ ବ୍ୟବସାୟୀ ମାନେ ନିଜର ଅମାପ ସମ୍ପତି ରହିଥିବା ବେଳେ ଏଠାରେ ବେଆଇନ ଭାବେ ଜମି ଜବର ଦଖଲ କରି ବଡ ବଡ ଛାତ ଘର କରିବା ସହ ଭଡାରେ ଲଗାଇଥିବା ଓ ତାର ବାଡ ଘେରାଉ କରି ରଖିଛନ୍ତି । ସେ ସବୁର ରାଜସ୍ୱ ବିଭାଗ ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରିବ ନା ଏ ତିକିରେ ଏତିକି ହିଁ ରହିଯିବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏହି ଜବର ଦଖଲ ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ନାୟକ, ସୁପରଭାଇଜର ସନ୍ତୋଷ ପ୍ରଧାନ ,ରାଜସ୍ୱ ନିରିକ୍ଷକ ଗାୟତ୍ରୀ ପ୍ରଧାନ ,ସିଦ୍ଧାର୍ଥ ଗୌତମ ପଟ୍ଟନାୟକ ସମେତ ପୁଲିସ ଏସଆଇ ଯୁଗଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ