Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଭାପଦର ଖେଳ ପଡିଆରେ ଚାଲିଥିବା ମା ଖମ୍ବେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ସୁବଳୟା କୁ ହରାଇ ଖମାର ଦଳ ଚାମ୍ପିଅନ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମ ଖେଳ ପଡ଼ିଆରେ ହେଉଥିବା ମାଁ ଖମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍ ରେ ସୁବଳୟା କୁ ହରାଇ ଖମାର ଦଳ ଚାମ୍ପିଅନ ହୋଇଛି। ପ୍ରଥମ ଫର୍ମାଟ ରେ ଖମାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୩ ରନ କରିଥିଲା। ଜବାବରେ ସୁବଳୟା ଦଳ ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୭୯ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ସୁବଳୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୧୦୭ ରନ କରିଥିଲା। ଜବାବରେ ଖମାର ଦଳ ଆବଶ୍ୟକୀୟ ୧୦୮ ରନ କୁ ୭.୪ ଓଭର ରେ ୬ ଉଇକେଟ ହରାଇ ସଂଗ୍ରହ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଖମାର ଦଳ ୨-୦ ରେ ମ୍ୟାଚ୍ ର ବିଜେତା ହୋଇ ଚାମ୍ପିଅନ ହୋଇଥିଲା।ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେଯୋଗଦେଇଥିଲେ l ସେହିପରି ସମ୍ମାନିତ ଅତିଥିଭାବେ ପିତାମହୁଲ ସରପଞ୍ଚ ଆକଷ୍ମିତା ବଢିଆ , ଉଫୁଲା ସରପଞ୍ଚ ପ୍ରତିନିଧି ମିନକେତନ ମହାକୁର , ଶ୍ରୀକାନ୍ତ କର୍ମୀ , ମନୋରଞ୍ଜନ ବାଘ , ଜ୍ଞାନେନ୍ଦ୍ର ମହାକୁର , କୁଶଧର ମହାକୁର , ସନ୍ତୋଷ ମହାଲିକ, ଦୂର୍ବାଦଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଖମାର ର ପ୍ରବୀଣ ତାଣ୍ଡିଆ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ହରି କ୍ଷେତି ଙ୍କୁ ମ୍ୟାନ ଅଫ ସିରିଜ ଭାବେ ପୁରସ୍କୃତ କରିବା ସହିତ ଚାମ୍ପିଅନ ଖମାର ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ସୁବଳୟା ଦଳ କୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ କୁନୁ ତାଣ୍ଡିଆ ଓ ସନ୍ତୋଷ ବାଦୀ ପରିଚାଳନା କରିଥିବା ବେଳେ ଦେବାଶିଷ କ୍ଷେତି ଓ ସନିଦେବ କର୍ଡିଆ ସ୍କୋରିଙ୍ଗ ଏବଂ ବିନୋଦ ମହାକୁର ଧାରାବିବରଣୀ ପ୍ରଦାନ କରିଥିଲେ।