Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାପଥର କଲେଜ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୧୦.୦୧.୨୫ରୁ ଚାଳିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାପତିତ୍ବ କରି ଛାତ୍ରୀମାନଙ୍କୁ ଆତ୍ମବିଶ୍ବାସ ହିଁ ଆତ୍ମସୁରକ୍ଷାର ମୂଳମନ୍ତ୍ର ବୋଲି ଉଦବୋଧନ ଦେଇଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ଡେବିଲ କଲେଜର ଇତିହାସ ଅଧ୍ୟାପକ ଗୋପିନାଥ ଧରୁଆ ଯୋଗ ଦେଇ ଋଗବୈଦିକ ଯୁଗରେ ମହିୟସୀ ମହିଳାମାନଙ୍କ ପ୍ରାଧାନ୍ୟ ଉପରେ ଗୁରୁତ୍ବାରୋପ କରିବା ସହିତ ବର୍ତ୍ତମାନ ଯୁଗର ମହିଳାମାନଙ୍କ ସାହାସ ଉପରେ ଉଦବୋଧନ ଦେଇଥିଲେ। ଏହି ଶିବିରର କାର୍ଯ୍ୟକ୍ରମ ଅଧିକାରୀ ପ୍ରତିମା ବାରିକ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶିକ୍ଷାବିଭାଗ ର ଅଧ୍ୟାପକ କିଶୋର ସାହୁ ତାଙ୍କ ବକ୍ତବ୍ୟ ରଖିବା ସହିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ନେଇଥିବା କୈଶଳଗୁଡିକ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କହିଥିଲେ । ସଭାରେ ଛାତ୍ରୀମାନେ ଶିଖିଥିବା କେତେକ କୈଶଳ ପ୍ରଦର୍ଶନ କରିଥିଲେ।ଅଧ୍ୟାପକ ରାମ ପଧାନ , ଅରବିନ୍ଦ ସାହୁ , ବିଷ୍ଣୁପ୍ରିୟା ମିଶ୍ର , ଦେବଯାନୀ ମେଶୁଆ , ବିଷ୍ଣୁ ବେହେରା , ଶାନ୍ତନୁ ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କଲ୍ୟାଣମୟୀ ତ୍ରୀପାଠୀ ଓ ଅଙ୍କିତା ସାହୁ ୮ଦିନ ବ୍ୟାପୀ ଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ । ଶେଷରେ ଅଧ୍ୟାପକ ଶଶାଙ୍କ ଶେଖର ସୁଆର ଧନ୍ୟବାଦ ଅର୍ପଣ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ