Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ପରାକ୍ରମ ଦିବସ ରେ ପାଳିତ ହେଲା ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ

ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ହେଉଛି ପରାକ୍ରମ ଦିବସ । ଏହି ଦିବସରେ ଦୁଇ ଜଣ ଜାତୀୟ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ । ଅନୁଷ୍ଠାନ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏ ଅବସରରେ ଦୁଇ ବରପୁତ୍ର ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା । ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ନେତାଜୀଙ୍କ ସ୍ମୃତି ଚାରଣ କରି ସେ ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କର କାଳଜୟୀ ସ୍ବର”ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି” ଆହ୍ବାନ ରେ ଉଦ୍‌ବୁଦ୍ଧ ହୋଇ ଯୁବ ଗୋଷ୍ଠୀ ଭାରତର ସ୍ବାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ଠିକ୍ ସେହିପରି ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ତିଥି ରେ ତାଙ୍କର ସ୍ମୃତି କୁ ଉଖାରି ଥିଲେ ଅନୁଷ୍ଠାନର ଉପଦେଷ୍ଟା ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଗୋପୀନାଥ ମହାକୁର । ଇଂରେଜ ସରକାରଙ୍କ ବିରୁଦ୍ଧରେ ଦୀର୍ଘ ୨୦ ବର୍ଷ ସଶସ୍ତ୍ର ସଂଗ୍ରାମ କରି ଗରିଲା ରଣନୀତି ଆପଣେଇ ଥିଲେ ବୀର ଯୋଦ୍ଧା । ମାଁ ମାଟି ପାଇଁ ଏମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାକୁର ପ୍ରକାଶ କରିଥିଲେ । ଉପ ସଭାପତି ସୌମିତ୍ରୀ ମେହେର ସ୍ବାଗତ କରିଥିବା ବେଳେ ଡ.ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନ ର ସଦସ୍ୟ ବଳରାମ କାଣ୍ଡ , ନାରାୟଣ ପ୍ରସାଦ ନାୟକ , ଅକ୍ରୂର ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁରୁ ସାହୁ ବନ୍ଦେ ମାତରଂ ଗାନ କରାଇବା ପରେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ