Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ରିପୋର୍ଟରେ ତଳକୁ ଖସିଲା ଭାରତ; ଶୀର୍ଷରେ ନରୱେ

ପ୍ରତିବର୍ଷ ମେ ୩କୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ବୁଧବାର ବିଶ୍ୱ ଗଣମାଧ୍ୟମ ମନିଟରିଂ ସଂସ୍ଥା ‘ରିପୋଟର୍ସ ୱିଥ୍‌ଆଉଟ ବର୍ଡର୍ସ’ ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଫ୍ରାନ୍ସ ଭିତ୍ତିକ ଏହି ଏନଜିଓ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରେ ସାମ୍ବାଦିକ ସ୍ୱାଧୀନତା ଉପରେ ରିପୋର୍ଟ ପ୍ରକାଶ କରିଥାଏ। ଏହି ରିପୋର୍ଟରେ ବିଶ୍ୱ ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ଭାରତର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଆରଏସଏଫ ରିପୋର୍ଟ ଅନୁଯାୟୀ, ୨୦୨୩ ବିଶ୍ୱ ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ଭାରତ ୧୬୧ ସ୍ଥାନ ହାସଲ କରିଛି।

ଗତ ବର୍ଷ, ଆରଏସଏଫ ୧୮୦ ଟି ଦେଶ ଉପରେ ହୋଇଥିବା ଏକ ସର୍ଭେରେ ଭାରତର ୧୫୦ ତମ ସ୍ଥାନରେ ରହିଥିଲା। ଚଳିତ ଥର ୩୬.୬୨ ପ୍ରତିଶତ ସ୍କୋର ସହ ଭାରତ ୧୬୧ ତମ ସ୍ଥାନରେ ରହିଛି। ନରୱେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଚୀନ୍‌ ସବୁଠୁ ଶେଷରେ ରହିଛି। ପାକିସ୍ତାନ ୧୫୦ତମ ସ୍ଥାନରେ ରହିଛି।

ଇଣ୍ଡିଆନ୍ ମହିଳା ପ୍ରେସ୍ କର୍ପସ୍, ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ପ୍ରେସ୍ ଆସୋସିଏସନ୍ ମିଳିତ ବିବୃତ୍ତି ଜାରି କରି ସୂଚକାଙ୍କରେ ଦେଶର ମାନ୍ୟତା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ଆରଏସଏଫ ରିପୋର୍ଟ ଅନୁଯାୟୀ ଭାରତ ସମେତ ଅନେକ ଦେଶରେ ପ୍ରେସ ସ୍ୱାଧୀନତା ସୂଚକାଙ୍କ ଖରାପ ରହିଛି।

ବିବୃତ୍ତିରେ କୁହାଯାଇଛି, “ଗ୍ଲୋବାଲ ସାଉଥରେ ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ପାଇଁ ଯେଉଁଠାରେ ଗଭୀର ଅସମାନତା ରହିଛି, ସେଠାରେ ଗଣମାଧ୍ୟମର ଭୂମିକାକୁ କମ୍ କରାଯାଇପାରିବ ନାହିଁ।