ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ର ପ୍ରେମାନନ୍ଦ ଯୋଗାଶ୍ରମ ମଠ ଠlରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ନୀଳାମ୍ବର ହୋତା , ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଅଂଶୁମାନ ପଣ୍ଡା ଓ ବୀରମହାରାଜପୁର ପ୍ରଖଣ୍ଡ ସହ ସଂଯୋଜକ ରମାକାନ୍ତ ହୋତାଙ୍କ ଉପସ୍ଥିତିରେ ପ୍ରାୟ ୨୦ ଜଣ ଯୁବକ ବଜରଙ୍ଗ ଦଳ ରେ ଯୋଗଦାନ କରିଥିଲେ। ବୈଠକ ରେ ସର୍ବସମ୍ମତି କ୍ରମେ ମୁକେଶ ବାରିକ ଙ୍କୁ କେନଝରିଆପାଲି ଖଣ୍ଡର ସଂଯୋଜକ ଓ ଦିଲେଶ୍ଵର ମଲିକ ଙ୍କୁ ସହ ସଂଯୋଜକ ଭାବେ ଦାୟିତ୍ବ ଦିଆଗଲା ।