Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଟ୍ଟା ଜମି ରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ :ଚିନ୍ତାରେ ବରିଷ୍ଠ ନାଗରିକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ଠାରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଧି କରି ଜାଗା ଅକ୍ତିଆର ଘଟଣା ଏବେ ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପାଇଁ ପୁଲିସ ନିକଟରେ ଗୁହାରୀ କଲେବି କିଛି ସୁଫଳ ମିଳିନଥିବାରୁ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ। ଘଟଣା ରୁ ପ୍ରକାଶ ଯେ କୁର୍ତ୍ତମଗଡ ବଜାର ସାହି ର ୫ଜଣ ଙ୍କ ଘର ପଛପଟେ ଥିବା ସେଟେଲ ମେଣ୍ଟ ପଟା ଜାଗାକୁ ସେହି ଗ୍ରାମର କିଛି ଅସାମାଜିକ ଲୋକ ଆସି ମାରଣାସ୍ତ୍ର ଧରି ଆସି ଜୋର ଜବରଦସ୍ତି ଆମ ଜାଗା କହି ବାଡ ଦେବା ପାଇଁ ଆରମ୍ଭ କରିଥିଲେ। ଏ ସଂପର୍କ ରେ ଉକ୍ତ ୫ ପରିବାର ତହସିଲଦାର ଓ ପୁଲିସ ର ଆଶ୍ରୟ ନେଇଥିଲେ । ତୁମୁଡ଼ିବନ୍ଧ ତହସିଲଦାର ଙ୍କ ନିର୍ଦ୍ଧେଶ ରେ ରାଜସ୍ବ ନିରକ୍ଷକ ଓ ପୁଲିସ ପହଞ୍ଚି ଥିଲେ। ରାଜସ୍ବ ନୀରିକ୍ଷକ ଏହି ଜାଗା ସେଟେଲ ମେଣ୍ଟ ପଟ୍ଟା ହୋଇଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଜଣାଇ ଥିଲେ ଏହା ସତ୍ବେ ମଧ୍ଯ ସେମାନେ ଏହା ନ ମାନି ପୁଣି ଜୋର ଜବରଦସ୍ତି ବାଡ ଦେଇଥିଲେ। ତୁମୁଡିବନ୍ଧ ଥାନା ଅଧିକାରୀ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବାରୁ ସେମାନେ ଦିନକୁ ଦିନ ଉଗ୍ର ହେଉଥିବା ନେଇ ଚିନ୍ତାରେ ବରିଷ୍ଠ ନାଗରିକ ଙ୍କ ପରିବାର ଅସହାୟ ମନେ କରି କୁର୍ତ୍ତମଗଡ଼ ର କୁମୁଦ ଚଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ ସମେତ ୫ଜଣଙ୍କ ପରିବାର ବାଲିଗୁଡା ଉପଜିଲ୍ଲାପାଳ ମିସ. ମଧୁମିତା ଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କ ସେଟେଲ ମେଣ୍ଟ ପଟ୍ଟା ଜମିର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଶ୍ରୀମତୀ ମଧୁସ୍ମିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେପଟେ ଥାନା ଅଧିକାରୀ ସୁରକ୍ଷା ଦେବା ପାଇଁ ବାରମ୍ବାର ପ୍ରତିଶୃତି ଦେଉଥିବାବେଳେ ଆଜି ନିଜ ପ୍ରତିକ୍ରୀୟା ରେ କହିଛନ୍ତି ଯେ, ପୁଲିସ ଜମି ଜମା ମାମଲା ରେ କିଛି ସାହାଯ୍ୟ କରିପାରିବ ନାହିଁ ତେବେ ସେହି ପରିବାରକୁ ପୂର୍ବରୁ କାହିଁକି ବାରମ୍ବାର ପ୍ରତିଶୃତି ଦେଉଥିଲା ଯାହା ଏବେ ପୁଲିସ ର ନିରପେକ୍ଷତା କୁ ନେଇ ପ୍ରଶ୍ନ ଉଠିଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ