ରାଷ୍ଟ୍ରପତି ଙ୍କ ସମ୍ପର୍କରେ ସୋନିଆ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ବିଜେପି ପକ୍ଷରୁ ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ


ବୀରମହାରାଜପୁର : (ସୌମିତ୍ରି ମେହେର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ସୋନିଆ ଗାନ୍ଧୀ ଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ବୀରମହାରାଜପୁର ବି ଜେ ପି ପକ୍ଷରୁ ପ୍ରତିବାଦ ସଭା ଓ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଶୁକ୍ରବାର ଅପରାହ୍ନରେ ବୀରମହାରାଜପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ସ୍ଥାନୀୟ ବିଧାୟକ ଇ.ରଘୁନାଥ ଜଗଦଲା ଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ଛକ ଠାରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା କରିବା ସହିତ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୁଦ୍ଧରେ ନାରାବାଜି କରିଥିଲେ । କଂଗ୍ରେସ ମହିଳା ବିରୋଧୀ , ଆଦିବାସି ବିରୋଧି କହିବା ସହିତ ରାଷ୍ଟ୍ରପତିଙ୍କ ଅପମାନ ସହ୍ୟ କରାଯିବ ନାହିଁ ବୋଲି କହିଥିଲେ । ଏହି ପ୍ରତିବାଦ ସଭାରେ ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ , ନଳିନୀ ପଣ୍ଡା , ପ୍ରଦୀପ ପଣ୍ଡା , ଗୌତମ ପଣ୍ଡା , ସନତ ହୋତା , ପଙ୍କଜ ନାୟକ , ବାବୁଲା ପଣ୍ଡା , ଜିତେନ୍ଦ୍ର ଦାସ , ଦିଲ୍ଲୀପ ପଣ୍ଡା , ପଦାର୍ଥ ଜଗଦଲା , ସୁମନ୍ତ ଜଗଦଳା , ବେଣୁଧର ଦାସ , ସତ୍ୟବ୍ରତ ମିଶ୍ର , ଶରତ ମିଶ୍ର , ରମପ୍ରସଦ କର୍ଣ୍ଣ , ରିଶ ସାହୁ , ଉଲୁଣ୍ଡା ର କ୍ଷିରସିନ୍ଧୁ ଭୋଇ , ବିଶ୍ଵାମିତ୍ର ମହାପାତ୍ର , ମିଥୁନ ଦାସ , ପ୍ରଭାସ ପଣ୍ଡା ପ୍ରମୁଖ ସାମିଲ ଥିଲେ I