ଆଜି ଆସିବ କେନ୍ଦ୍ରୀୟ ବଜେଟ୍: କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା ?


ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ଉପସ୍ଥାପନ । ବଜେଟ୍ ବ୍ୟୟ ପରିମାଣ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା ଟପିବା ଆଶା କରାଯାଉଛି । ଲଗାତାର ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ ନିର୍ମଳା ।

ସକାଳେ ବଜେଟ୍ ଟିମ ସହ ନିର୍ମଳା ରାଷ୍ଟ୍ରପତି ଭବନକୁ ଯାଇ ମହାମହିମ ରାଷ୍ଟ୍ରପତି ଦେ୍ରୗପଦୀ ମୁର୍ମୁଙ୍କୁ ବଜେଟର ଏକ କପି ପ୍ରଦାନ କରିଛନ୍ତି । ଏହାକୁ ମହାମହିମ ଅନୁମୋଦନ କରିଛନ୍ତି ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏଁ ଚାଲିବ । ଫେବୃଆରୀ ୩ରୁ ୫ ଯାଏଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅଧ ଘଣ୍ଟା ଲାଗି ଏକ ସ୍ବତନ୍ତ୍ର ସିଟିଂ ବସିବ । ଆସନ୍ତା ଫେବୃଆରୀ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉତ୍ତର ରଖିବେ । ଚଳିତ ଅଧିବେଶନରେ ମୋଟ ୨୭ଟି ସିଟିଂ ଧାର୍ଯ୍ୟ କରାଯାଇଛି ।