ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ପରିସରରେ ଶ୍ରୀନିଵାସ ରାମାନୁଜନ ବିଦ୍ୟାର୍ଥୀ ପ୍ରଭାତ ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ଶ୍ରୀନିବାସ ରାମାନୁଜନ୍ ବିଦ୍ୟାର୍ଥୀ ପ୍ରଭାତ ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମୁଖ୍ୟ କର୍ଣ୍ଣେଲ୍ ସୂର୍ଯ୍ୟନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପଶ୍ଚିମ ପ୍ରାନ୍ତର ସହ-ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l, ସମ୍ମାନିତ ଅତିଥି ଜିଲ୍ଲା ସଂଘଚାଳକ ଦିଲ୍ଲୀପ ତ୍ରିପାଠୀ ଓ ସହ-ସଂଘଚାଳକ ଜୟଦ୍ରଥ ଜଗଦଲା ଯୋଗଦାନ କରିଥିଲେ । ଶାଖା କାର୍ଯ୍ୟବାହ ବିକାଶ ମହାକୁଡ ବିବରଣୀ ପଠଳ କରିବା ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଅରୁଣ ରଣା ମୁଖ୍ୟ ଶିକ୍ଷକ , ସୁମନ୍ ବିଶ୍ଵାଳ ପ୍ରାର୍ଥନା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ସ୍ଵୟଂ ସେବକମାନେ ଦଣ୍ଡ , ସମତା , ନିୟୁଧ ଆଦି ବିଭିନ୍ନ ଶାରୀରିକ କୌଶଳ ଓ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ଶାଖାର ପାଳକ ଅଧିକାରୀ ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀ, ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ଶିକ୍ଷକ ତଥା ଖଣ୍ଡ ପ୍ରଚାର ପ୍ରମୁଖ ଯୁଧିଷ୍ଠିର ଖମାରୀ ତଥା ଅନ୍ୟାନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।