ସାଗଜୁରୀ ହରିଜନ ପଡା ରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ଉଦଘାଟନ କଲେ ବୀରମହାରାଜପୁର ବିଧାୟକ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଳl ପଞ୍ଚାୟତ ଅନ୍ତର୍ଗତ ସାଗଜୁରୀ ହରିଜନ ପଡlରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା ଙ୍କ ଦ୍ଵାରା ୬୩ KB ନୂତନ ଟ୍ରାନ୍ସଫରମର ଉଦଘାଟିତ ହୋଇଯାଇଛି l ଏଥି ସହିତ ସାଗଜୁରୀ ଗ୍ରାମର ଓ ହରିଜନ ପଡା ରେ ଥିବା ଅନlନ୍ୟା ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ I ଏଥିରେ ସୁବଳୟା ମଣ୍ଡଳ ର ଓବିସି ମୋର୍ଚ୍ଚା ସଭାପତି ଅଖିଳ ବିହାରୀ କମ୍ପ ଓ ସୋନପୁର ଜିଲ୍ଲା ଯୁବମୋର୍ଚା ର ସଭାପତି ଆକାଶ ନାଏକ , ପିତାମହୁଳ ପଂଚାୟତ ର ଡୁଲେଶ୍ଵର ବୁଥ ର ସଭାପତି ଆଦିକାନ୍ତ ପଣ୍ଡା , ବିଜେପି କାର୍ଯ୍ୟକର୍ତ୍ତା ଡିଲେଶ୍ଵର କମ୍ପ , ଶୋଭାକାନ୍ତ ମହାକୁର , ସତ୍ୟ ଭୋଇ , ଶୁରୁ କମ୍ପ , ମନୋରଞ୍ଜନ ହାତୀ , ପ୍ରମୋଦ ମହାକୁର ପ୍ରମୁଖ ଙ୍କ ସହିତ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l