ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର ସଦର ମହକୁମା ସ୍ଥିତ ତହସିଲ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ଶିବ ନାରାୟଣ ଦାଶ ଗତ ଜାନୁଆରୀ ୩୧ ତାରିଖରେ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ଏ ଉପଲକ୍ଷେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ତହସିଲଦାର ପୁନମ୍ ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିବାବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଜଣେ ଦକ୍ଷ ଓ ପ୍ରବୀଣ ଅଧିକାରୀ ଭାବରେ ସେ ସମସ୍ତ ଙ୍କ ର ପ୍ରିୟ ଭାଜନ ହୋଇଥିଲେ। ତାଙ୍କ ପାଇଁ କାର୍ଯ୍ୟାଳୟ ର ଯାବତୀୟ ଅଫିସ କାର୍ଯ୍ୟ ଅନାୟସରେ ସମ୍ପାଦିତ ହେଉଥିଲା l ଏବେ ତାଙ୍କର ଅବସର ପରେ ଏହି କାର୍ଯ୍ୟ ପାଇଁ ଏକ ଶୂନ୍ୟସ୍ଥାନ ରହିଗଲା ବୋଲି ଅଧିକାରୀ ମାନେ ମତପ୍ରକାଶ କରିଥିଲେ । ପୂର୍ବରୁ ଶ୍ରୀ ଦାସ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଉଲୁଣ୍ଡା , ଡୁଙ୍ଗୁରିପାଲି , ବ୍ଲକ ଅଫିସ ତରଭା , ଉଲୁଣ୍ଡା ବ୍ଲକ ସହିତ ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦକ୍ଷତାର ସହିତ କାର୍ଯ୍ଯ ନିର୍ବାହ କରି ପ୍ରଶଂସିତ ସୋଇଛନ୍ତି। ଆୟୋଜିତ ସଭାରେ ସମସ୍ତେ ତାଙ୍କର ନିରାମୟ ଜୀବନ କାମନା କରିଥିଲେ ।