ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ପଞ୍ଚମ ସନ୍ଧ୍ୟାରେ ପହଞ୍ଚିଛି । ନୃତ୍ୟ, ଗୀତ , ପାରାୟଣ , ପ୍ରବଚନ , ଯଜ୍ଞ , ନାମ ସଂକୀର୍ତ୍ତନ ର ମହାନ ପର୍ବ ହେଉଛି ପାତାଳୀ ମହୋତ୍ସବ । ସୋମବାର ପଞ୍ଚମ ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସୋନପୁର ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା ଓ ତରଭା ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କରମଚାନ୍ଦ ମହାନ୍ତି ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରୋୟାଳ ଡେନ୍ସ ଏକାଡେମୀ କେନ୍ଦ୍ରାପଡା ତରଫରୁ ସାଂସ୍କୃତିକ ଅନୁଷ୍ଠାନ ହୋଇଥିଲା । ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ । ସେ ପଟେ ୫୬ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ପଞ୍ଚମ ଦିନରେ ଗୋଲାବନ୍ଧ ଗାଁ ର ଦାୟିତ୍ୱ ତୁଳାଇଛନ୍ତି । ଏଥିରେ ପୂଜକ ଭାବେ ବୁଦ୍ଧଦେବ ଦାଶ କାର୍ଯ୍ୟ ତୁଲାଇଥିବା ବେଳେ ଶରଦ ଚାନ୍ଦ , ଶରଦ କର୍ଣ୍ଣ , ଶମ୍ଭୁ କର୍ମୀ ଓ ଅକ୍ରୁର ସାହୁ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ଛଳିଆ ପାହାଡରେ ଚାଲିଥିବା ସପ୍ତାହ ପାରାୟଣ , ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ , ଯଜ୍ଞ , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିବା ବେଳେ ହଜାର ହଜାର ଭକ୍ତ ଦୂରଦୂରାନ୍ତରୁ ଆସି ମହାପ୍ରଭୁ ଙ୍କ ଦର୍ଶନ ଲାଭ କରିଥିଲେ ।
20 ତମ ପାତାଳୀ ମହୋତ୍ସବ ର ପଞ୍ଚମ ଦିବସରେ ଦର୍ଶକଙ୍କ ମନ ମୋହିଲା କେନ୍ଦ୍ରାପଡା ର ରୋୟାଲ ଡେନ୍ସ ଏକାଡେମୀ
