ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ଚାଲିଛି ମତଦାନ । ସମସ୍ତ ୭୦ ଆସନ ପାଇଁ ହେଉଛି ଭୋଟ୍ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଆଜି ସକାଳୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ମତଦାନ କରି ସାରିଛନ୍ତି ।
ଦିଲ୍ଲୀର ୧ କୋଟି ୫୬ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓ ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ ।
ନିର୍ବାଚନ ପାଇଁ ଆଜିର ଦିନକୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । ଆଜିର ଭୋଟ ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଦ୍ଧାରଣ କରିବ ।