Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ସପ୍ତାହ ବ୍ୟାପୀ ଚାଲୁଥିବା ପାତାଳୀ ମହୋତ୍ସବ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ସପ୍ତମ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇ ଯାଇଛି । ସାଂଧ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସାହୁ , ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର , ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ରାଧାକାନ୍ତ ମହାକୁର ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ । ଏ ଅବସରରେ ପାତାଳୀ ଶ୍ରୀକ୍ଷେତ୍ରର ଏକ ଅନଲାଇନ ୱେବସାଇଟ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ପୀଠର ବିକାଶ ପାଇଁ ସଦାସର୍ବଦା ଚେଷ୍ଟା କରିବି ଓ ଓଡିଶା ସରକାରଙ୍କ ପାଖରେ ଦାବି ରଖିଵି ବୋଲି ସେ କହିଥିଲେ । ଏହି ମାସ ଠାରୁ ପାତାଳୀ ରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମାନ୍ୟବର ବିଧାୟକ ଶ୍ରୀ ଜଗଦଲା କହିଥିଲେ। ଏହି ଅବସରରେ ସପ୍ତମ ତଥା ଅନ୍ତିମ ସନ୍ଧ୍ୟାରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ମହ୍ଲାର ଭଜନ ଗ୍ରୁପ୍ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଦ୍ଧିକ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୭ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବୁଧବାର ଭାଗବତ ସପ୍ତାହ ପାରାୟଣ ମଧ୍ୟ ଶେଷ ହେବା ସହ ପାତାଳୀ ମହୋତ୍ସବ ଉଦ୍‌ଯାପିତ ହୋଇଛି ।