ବୀରମହାରାଜପୁର : (ସୌମିତ୍ରି ମେହେର)
ସପ୍ତଦୀପା ସାହିତ୍ୟ ସଂସଦ ର ୧୧୮ ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ ଗୁଜା ପାହାଡ଼, ଧ୍ଵଜା ବନ୍ଧା ପାହାଡ଼ ଓ ଚାନ୍ଦଲି ପାହାଡ଼ ର ମିଳନ ସ୍ଥଳରେ ଥିବା ଦେବ ଝରନର ପାବନ ସନ୍ଥ ପୀଠରେ ଅନୁଷ୍ଠିତ ହୋଇ ଯାଇଛି । ସଂସଦ ର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ କବି ଡ.ଆର୍ତ୍ତତ୍ରାଣ ବାବୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଡ.ଅନିରୁଦ୍ଧ କୁରୁକୁରିଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ l ଅନ୍ୟତମ ଅତିଥିଭାବେ ହରିହର ଶତପଥୀ , ସଚ୍ଚିଦାନନ୍ଦ ନାୟକ ମଞ୍ଚାସୀନ ଥିଲେ । ଭିକାରୀ ଚରଣ ସେଠୀ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ଆଲୋଚନା ଚକ୍ର ପ୍ରସଙ୍ଗରେ ବକ୍ତା ଏହି ତ୍ରିକୂଟ ପାହାଡ଼ର ମହାତ୍ମ୍ୟ, ପାହାଡ଼ ମାନଙ୍କରେ ଥିବା ଯୋଗୀଗୁମ୍ଫା , ବାଲି ଗୁମ୍ଫା, ମାଧବ ଗୁମ୍ଫା, ଶ୍ରୀଜଗନ୍ନାଥଙ୍କ ପୀଠ ସ୍ଥଳୀ ଯାତ୍ରାପଦା, ଦେବ ସଭା ମଣ୍ଡପ ,ସଧନା ପଥର , ସାତ ବହନୀ ମଣ୍ଡପର ମହିମା ଓ ଶ୍ରୀଜଗନ୍ନାଥଙ୍କ ସହିତ ଏହାର ସଂପୃକ୍ତି ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ରେ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କିତ ଭକ୍ତି କବିତା ପାଠ କରା ଯାଇଥିଲା । କବି ବାବୁଲାଲ୍ ମନ୍ତ୍ରା କବିତା ଗୁଡ଼ିକ ସଂଯୋଜନା କରିଥିଲେ । ମାର୍କଣ୍ଡ ପଧାନ , ପୁରନ୍ଦର ମେହେର , ତରଣୀ ବାରିକ, ରଘୁନାଥ ଭୋଇ ,ସାଂସଦ ପ୍ରତିନିଧି ରାଧାକାନ୍ତ ମହାକୁର , ରସାନନ୍ଦ ଭୋଇ , ସନ୍ତୋଷ ପଧାନ, ଚୈତନ୍ୟ ପାତ୍ର , ପ୍ରମୋଦ ସାହୁ , ଭୋଳାନାଥ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସପ୍ତ ଦୀପା ସାହିତ୍ୟ ସଂସଦର 118 ତମ ଭ୍ରାମ୍ୟମାଣ ସାରସ୍ବତ ସମାରୋହ
