ଟାଙ୍ଗର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଟାଙ୍ଗରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଗୁରୁବାର ଉଦଯାପିତ ହୋଇ ଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭିମନ୍ୟୁ ବଗର୍ତ୍ତୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବ ରେ ବୀରମହାରାଜପୁର ବିଧ୍ୟାୟକ ରଘୁନାଥ ଜଗଦଲା, , ସି ଆର ସି ସି ନାରାୟଣ ବେହେରା ପ୍ରମୁଖ ଉଦଘାଟନୀ ସମାରୋହ ରେ ଯୋଗ ଦେଇଥିବା ବେଳେ, ଉଦଯାପନୀ ଉତ୍ସବ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଇତିହାସ ପୃଷ୍ଠାରେ ଗୁରୁ ଶିଷ୍ୟ ର ପରମ୍ପରା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ଶିକ୍ଷାବିତ ଶ୍ରୀଧର ବାଗ , ସମାଜସେବୀ କିଶୋର ହୋତା , କଳାପଥର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ପଧାନ ପଞ୍ଚସଖା ଶିକ୍ଷା ସେତୁ ବିଦ୍ୟାଳୟ ସଭାପତି ଘନଶ୍ୟାମ ମେହେର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବାସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ବାଗବର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ସଭା ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ଷଡ଼ଙ୍ଗୀ ଅତିଥି ପରିଚୟ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନଜ୍ଞ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଉମାଶଙ୍କର ପୂଜାରୀ, ସଂଗୀତା ମଞ୍ଜରୀ ଚାନ୍ଦ, ସନ୍ତୋଷିନୀ ଗର୍ତିଆ , ଅଭିନନ୍ଦନ ପୁଜାହାରୀ, ରଶ୍ମିତା ପାଣିଗ୍ରାହୀ, ଶିବଶଙ୍କର ସେଟ, ପରିଚାଳନା କମିଟି ସଭାପତି ଦେବାର ମେହେର ପ୍ରମୁଖ ସହଯୋଗ କରିଥିଲେ l