ଗିରଫ ହେବେ ବଲିଉଡ଼ ଷ୍ଟାର ସୋନୁ ସୁଦ !


ଲୁଧିଆନା: ବଲିଉଡ୍ ଷ୍ଟାର ସୋନୁ ସୁଦଙ୍କ ବଢ଼ିଲା ସମସ୍ୟା । ହୋଇପାରନ୍ତି ଗିରଫ । ପଞ୍ଜାବର ଲୁଧିଆନା କୋର୍ଟ ସୋନୁଙ୍କୁ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି । ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି ।

କୁହାଯାଉଛି, ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ଦେଇ ନଥିଲେ କି କୋର୍ଟରେ ହାଜର ହୋଇ ନଥିଲେ । ଯେଉଁଥିପାଇଁ  କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି ।

କୋର୍ଟ କହିଛନ୍ତି, ସୋନୁ ସୁଦଙ୍କୁ ସମନ ଦିଆଯାଇଥିଲା । ହେଲେ ସେ କୋର୍ଟରେ ହାଜର ହେଲାନାହିଁ । ତେଣୁ ତାଙ୍କ ବିରୋଦରେ ଗିରଫ ପରଓ୍ବାନା ଜାରି କରାଯାଉଛି ।