ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ଛାତ୍ରଛାତ୍ରୀ ଙ୍କୁ ଅଶାଳୀନ ଓ ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ ଆଜି କଲେଜ ସମ୍ମୁଖରେ ଅଭିଭାବକ ସଂଘ ଓ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ଏହା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।ଦାବିପତ୍ର ରେ ଉଲ୍ଲେଖ ଯେ, ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ବୀରମହାରାଜପୁର ସ୍ଥିତ ବାସଭବନରେ ଏକ ଘରୋଇ କୋଚିଙ୍ଗ ଖୋଲିଛନ୍ତି ଓ ଏହି କୋଚିଙ୍ଗ ରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ସାମ୍ନା କୁ ଆସିଛି। ଯେଉଁମାନେ ଛାତ୍ରଛାତ୍ରୀମାନେ ପଢିବା ପାଇଁ ମନା କରୁଛନ୍ତି ତାଙ୍କୁ ଅଶାଳୀନ ବ୍ୟବହାର ଓ ମାନସିକ ନିର୍ଯ୍ୟାତନା ଦେଉଥିବାର ପଦାକୁ ଆସିଛି। ଯାହା ଫଳରେ ଅଧ୍ୟାପକଙ୍କ ବ୍ୟବହାର ରେ ଛାତ୍ରଛାତ୍ରୀମାନେ ଅତିଷ୍ଠ ହେଇଯାଉଛନ୍ତି ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି ହୋଇପାରୁନି। ବର୍ତ୍ତମାନ ରାଜ୍ୟସରକାର ଘୋରେଇ କୋଚିଙ୍ଗ ଓ ଅନୁଦାନ ପାଇଥିବା ଅଧ୍ୟାପକ କୋଚିଙ୍ଗ ରେ ସଂପୃକ୍ତ ନରହିବାର ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସଂସ୍କୃତ ଅଧ୍ୟାପକ ଶ୍ରୀ ପଧାନ କୋଚିଙ୍ଗ ସେଣ୍ଟର ଖୁଲି ଗରିବ ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଛନ୍ତି। ଛାତ୍ରଛାତ୍ରୀକୁ ଆଶାଳୀନ ବ୍ୟବହାର ଓ ମାନସିକ ନିର୍ଯ୍ୟାତନା ଓ ପ୍ରାଇଭେଟ୍ କୋଚିଙ୍ଗରେ ସଂପୃକ୍ତ ଥିବା ସଂସ୍କୃତ ଅଧ୍ୟାପକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ସଂଘ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପ୍ରଶାସନ ପାଖରେ ଦାବି କରିଛନ୍ତି।
କଳାପଥର କଲେଜ ଫାଟକ ସମ୍ମୁଖରେ ସଂସ୍କୃତ ଅଧ୍ୟାପକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ ର ଧାରଣା
