ଛୁଟି ନମିଳିବାରୁ ଛୁରୀ ଭୁଶି ଦେଲେ


କୋଲକାତା: ଛଟି ଦରଖାତ ଖାରଜ ହୋଇଯିବାରୁ ରାଗି ଗଲେ କର୍ମଚାରୀ । ଭୁଲିଗଲେ ହିତାହିତ ଜ୍ଞାନ । ଆଉ ରାଗରେ ସହକର୍ମୀଙ୍କୁ ଛୁରୀ ଭୁଶି ଦେଲେ । ଏପରି ଘଟଣା ଘଟିଛି କୋଲକାତାରେ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଜଣେ ବ୍ୟକ୍ତି ହାତରେ ଏକ ରକ୍ତ ଭିଜା ଛୁରୀ ଧରି ପାଗଳଙ୍କ ପରି ବୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ତାଙ୍କ ପାଖକୁ ଯିବାରୁ ସେ ରାଗରେ ନଆସିବାକୁ ହକି ଛୁରୀ ଦେଖାଇଥିଲେ । ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଟ୍ରାଫିକ୍ ପୋଲିସ ବହୁ ବୁଝାଶୁଝା କରିବା ପରେ ଶେଷରେ ବ୍ୟକ୍ତି ଜଣଙ୍କ ଛୁରୀ ଫିଙ୍ଗି ଦେଇଥିଲେ । ଏହାପରେ ପୋଲିସ ତାଙ୍କୁ ବାକୁ କରିଥିଲା । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ଯାହା କହିଲେ ସମସ୍ତଙ୍କୁ ତାଜୁବ କରିଦେଇଥିଲା ।

ଗିରଫ ଅଭିଯୁକ୍ତଙ୍କ ନାମ ଅମିତ କୁମାର ସରକାର । ଯିଏ ପଶ୍ଚିମବଙ୍ଗ ସରକାରଙ୍କ ଏକ ବିଭାଗରେ କାର୍ଯ୍ୟ କରନ୍ତି । କୁହାଯାଉଛି ଯେ ସେ କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କ ଛୁଟିକୁ ଖାରଜ କରିଦିଆଯାଇଥିଲା । ଯାହାକୁ ନେଇ ସେ ତାଙ୍କ ସହକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ହଠାତ୍ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲେ । ଆକ୍ରମଣରେ ଅନେକ କର୍ମଚାରୀ ଆହତ ହୋଇଥିଲେ ଏବଂ ଜଣେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ । ଆକ୍ରମଣ ପରେ, ଅଭିଯୁକ୍ତ ଜଣକ ଅଫିସରୁ ବାହାରି ରାସ୍ତାରେ ଆସି ଛୁରୀ ହଲାଇବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଲୋକମାନେ ତାଙ୍କୁ ଛୁରୀ ଫୋପାଡ଼ିବାକୁ କହିଥିଲେ, କିନ୍ତୁ ସେ କାହାରି କଥା ଶୁଣି ନଥିଲେ ଏବଂ କାହାରି ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଦାବି କରିଥିଲା ​​ଯେ ତାଙ୍କ ସହକର୍ମୀମାନେ ତାଙ୍କ ବାପାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଯାହା ତାଙ୍କୁ କ୍ରୋଧିତ କରିଥିଲା ​​ଏବଂ ସେ କ୍ରୋଧରେ ଆକ୍ରମଣ କରିଥିଲେ ।